କାମାକ୍ଷାନଗର ବଡସୁଆଁଳ ରଙ୍ଗମାଟିଆ ନିକଟରେ ପାଣି ପାଇଁ ରାସ୍ତାରୋକ

କାମାକ୍ଷାନଗର: ପାଣି ପାଇଁ ରାସ୍ତାରୋକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆ ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ। ଦୀର୍ଘଦିନ ହେବ ବନ୍ୟାସାହି ଓ ରଙ୍ଗମାଟିଆ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗୋଟିଏ କୂଅ ଓ ନଳକୂପ ଉପର ସାହିର ପ୍ରାୟ ୧୫୦ଟି ପରିବାର ନିର୍ଭର କରିଥାନ୍ତି।

ସମସ୍ୟା ଦୂର ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ନେହେବାରୁ ରାସ୍ତାରୋକ କରିଥିଲେ। ଗୋଟିଏ ଗରା, ମାଠିଆ ଓ ବାଲ୍‌ତି ଧରି ରାସ୍ତା ଉପରେ ବସିରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଥିଲା। କାମାକ୍ଷାନଗର ପୋଲିସ ପହଞ୍ଚି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ପ୍ରାୟ ୨ଘଣ୍ଟା ପରେ ଆନ୍ଦୋଳନ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.