ମଣିଷକୁ ବି ମାରିକି ଖାଇଯାଆନ୍ତି ଏହି ନରଭକ୍ଷୀ ଜନଜାତି ! ଜାଣନ୍ତୁ ଏମାନଙ୍କ ବିଷୟରେ

ସାରା ବିଶ୍ୱରେ ଅନେକ ପ୍ରକାରର ଜନଜାତି ଲୋକ ବସବାସ କରୁଛନ୍ତି। କିଛି ଜନଜାତି ଏମିତି ବି ଅଛନ୍ତି, ଯେଉଁମାନେ ଆଜି ମଧ୍ୟ ଜଙ୍ଗଲୀ ଜୀବନ ବିତାଉଛନ୍ତି। ଏମାନେ ପୂରା ଦୁନିଆ ପାଇଁ କୌଣସି ରହସ୍ୟଠାରୁ କମ ନୁହନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ଜନଜାତି ବିଷୟରେ କହିବୁ, ଯେଉଁମାନଙ୍କ ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

tribes

ଏହି ଜନଜାତିର ନାଁ ‘କୋରୋବାଇ’। ଏମାନେ ଇଣ୍ଡୋନେସିଆର ପାପୁଆ ଅଞ୍ଚଳର ଘନ ଜଙ୍ଗଲରେ ରୁହନ୍ତି। ଏମାନଙ୍କୁ ‘ନରଭକ୍ଷୀ’ ମଧ୍ୟ କୁହାଯାଇଥାଏ। ୧୯୭୪ ମସିହାରେ ଏମାନଙ୍କ ସନ୍ଧାନ ମିଳିଥିଲା। ଏହାପୂର୍ବରୁ କେହି ଏମାନଙ୍କ ବିଷୟରେ ଜାଣି ନ ଥିଲେ। ଏହାପରଠୁ ଏଠାକୁ ଲୋକଙ୍କ ଯିବା ଆସିବା ଆରମ୍ଭ ହୋଇଥିଲା।

tribes2

ଏହି ଜନଜାତିର ଲୋକେ ବାହାର ଦୁନିଆଠୁ ଦୂରରେ ରୁହନ୍ତି। ଏମାନେ ଗଛ ଉପରେ ଘର ତିଆରି କରି ରହିଥାନ୍ତି। କାରଣ, ଏମାନେ ନିଜକୁ ଗଛ ଉପରେ ଅଧିକ ସୁରକ୍ଷିତ ମଣନ୍ତି। ଏହି ଜନଜାତିର ଲୋକେ ସାରା ଜୀବନ ଶିକାର କରି ଜୀବିକା ନିର୍ବାହ କରନ୍ତି। ଏମାନଙ୍କ ଲକ୍ଷ୍ୟ ବି ବହୁତ ବଢ଼ିଆ ହୋଇଥାଏ।

tribes3

କୋରୋବାଇ ଜନଜାତି ଅରାଫୁରା ସାଗରରୁ ପାଖାପାଖି ୧୫୦ କିମି ଦୂରରେ ରୁହନ୍ତି। କୁହାଯାଏ, ଏମାନେ ମଣିଷକୁ ବି ଖାଇଯାଆନ୍ତି। ଏହି ଲୋକେ ଅନ୍ଧବିଶ୍ୱାସକୁ ବହୁତ ମାନନ୍ତି, ଯଦ୍ଦ୍ୱାରା କି ମଣିଷକୁ ବି ଛାଡ଼ନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.