ଶାସନ ପ୍ରଣାଳୀକୁ ଆହୁରି ପାରଦର୍ଶୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କନ୍ଧମାଳ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ ପ୍ରଶଂସା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସ୍ୱଚ୍ଛ ତଥା ଦୁର୍ନିତୀମୁକ୍ତ ଶାସନ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଗୁରୁତ୍ୱାରୋପ କରିଆସିଛନ୍ତି। ଏନେଇ ଓଡ଼ିଶା କ୍ୟାବିନେଟ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସଂପତ୍ତିର ସଂପୂର୍ଣ୍ଣ ବିବରଣୀ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶିତ ହେବ।
☑️Reservation of seats for Government run School students in engineering & medical colleges of the state to ensure they don’t lose relevance. Government schools have had immense contribution in Odisha’s education ecosystem.
4/4 pic.twitter.com/c3tc1mw3zT— Achyuta Samanta (@achyuta_samanta) December 28, 2020
ଶାସନ ପ୍ରଣାଳୀକୁ ଆହୁରି ପାରଦର୍ଶୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ହେବା ଓ ସରକାରୀ ସ୍କୁଲରେ ପଢିଲେ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ସଂରକ୍ଷଣ ଏକ ଐତିହାସିକ ପଦକ୍ଷେପ ବୋଲି ସାଂସଦ ଡ. ସାମନ୍ତ କହିଛନ୍ତି।