ସୁଷମା ସ୍ବରାଜଙ୍କ ୪୨ ବର୍ଷର ରାଜନୈତିକ କ୍ୟାରିୟରରେ ଏହିସବୁ ନିଷ୍ପତ୍ତି ଥିଲା ତାଙ୍କ ସଫଳତାର ଚାବିକାଠି

ସୁଷମା ସ୍ବରାଜଙ୍କ ୪୨ ବର୍ଷର ରାଜନୈତିକ କ୍ୟାରିୟରରେ ଏମିତି କିଛି ଗୁରୁତ୍ବପୂର୍ଣ୍ଣ ମୋଡ ଆସିଛି । ଯାହା ତାଙ୍କୁ ସଫଳତାର ଶୀର୍ଷରେ ପହଁଚାଇଥିଲା । ଆସନ୍ତୁ ଜାଣିବା ସୁଷମାଙ୍କ କେଉଁ କେଉଁ ପଦକ୍ଷପ ତାଙ୍କ କ୍ୟାରିୟର ପାଇଁ ଟର୍ଣ୍ଣିଙ୍ଗ ପଏଣ୍ଟ ସାବ୍ୟସ୍ତ ହୋଇଥିଲା ।

ଫିଲ୍ମ ଦୁନିଆକୁ ଉଦ୍ୟୋଗ ଘୋଷିତ କରିଥିଲେ :

filmଭାରତୀୟ ଜନତା ପାର୍ଟିରେ ଅଶୀ ଦଶକରେ ସାମିଲ ହେବା ପରଠାରୁ ସୁଷମାଙ୍କର ରାଜନୈତିକ କ୍ଷେତ୍ର ଧିରେ ଧିରେ ବଢିବାରେ ଲାଗିଥିଲା । ସୁଷମା ସ୍ବରାଜଙ୍କର ଉପରେ ଦଳର ବିଶ୍ବାସ ଏତେ ମାତ୍ରାରେ ଥିଲା କି, ୧୩ଦିନର ବାଜପେୟୀ ସରକାରରେ ମଧ୍ୟ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଥଲେ ।  ତାପରେ ବିଜେପି ଆଉଥରେ ସତ୍ତାରେ ଆସିବା ପରେ ମଧ୍ୟ ତାଙ୍କୁ ପୁଣିଥରେ ଦୂରସଞ୍ଚାର ମନ୍ତ୍ରାଳୟ ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ବିଭାଗର ଦାୟିତ୍ବ ମିଳିଥିଲା । ଏହି ସମୟରେ ଐତିହାସିକ ନିଷ୍ପତ୍ତି ନେଇ ସୁଷମା ଫିଲ୍ମ ଦୁନିଆକୁ ଏକ ଉଦ୍ୟୋଗ ବୋଲି ଘୋଷଣା କରିଥିଲେ । ଫଳରେ ଫିଲ୍ମ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳିପାରିଥିଲା ।

ସୋନିଆ ଗାନ୍ଧୀଙ୍କ ବପକ୍ଷରେ ବେଲୋରୀରୁ ନିର୍ବାଚନ ଲଢିବା :

sushma-swaraj picସୁଷମା ସ୍ବାରାଜ ରାଜନୈତିକ କାରିୟର ୧୯୯୯ରେ ଏକ ବଡ ମୋଡ ନେଇଥିଲେ ଏବଂ ତାଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ କର୍ଣ୍ଣାଟକର ବେଲୋରୀରୁ ନିର୍ବାଚନ ଲଢିବା ପାଇଁ ସିଟ୍ ମିଳିଥିଲା । ବିଜେପି ବହୁ ଭାବିଚିନ୍ତି ଏହି ନଷ୍ପତ୍ତି ନେଇଥିଲା । ଏହା ପଛରେ ରଣନୀତି ଥିଲା ବିଦେଶୀ ବୋହୂ ସୋନିଆ ଗାନ୍ଧୀଙ୍କ ଜବାବରେ ଭାରତୀୟ ଝିଅ ସୁଷମା ସ୍ବରାଜ । କିନ୍ତୁ ଏଥିରେ ସୁଷମା ପରାଜୟର ସାମ୍ନା କରିଥିଲେ ।

୨୦୦୯ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ ସୁଷମା:

Susmaଏହାପରେ ୨୦୦୦ରେ ସୁଷମା ରାଜ୍ୟସଭା ସାଂସଦ ହେଲେ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କ ସରକାରରେ ପୁଣି ସୂଚନା ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଏହି ସମୟରେ ନା କେବଳ ବିଜେପି ବରଂ ରାଷ୍ଟ୍ରୀୟ ରାଜନୀତିରେ ମଧ୍ୟ ସୁଷମା ବହୁତ ଆଗୁକୁ ବଢିଯାଇଥିଲେ । ଏହା କାରଣ ଥିଲା ୨୦୦୯ରେ ତାଙ୍କୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ପାଇଁ ଆଶାୟୀ ପାର୍ଥୀ ବୋଲି ଧରାଯାଇଥିଲା । କିନ୍ତୁ ଯେବେ ଏହି ନିର୍ବାଚନରେ କଂଗ୍ରେସ ପୁଣି ସତ୍ତାକୁ ଆସିଥିଲା ସେତେବେଳେ ସୁଷମା ବିରୋଧୀ ଦଳ ନେତ୍ରୀ ଭାବେ ପାହ୍ୟା ପାଇଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ମହିଳା ବିଦେଶ ମନ୍ତ୍ରୀ ହେବାର ଗୌରବ:

indira

ଏହାସହ ପଢନ୍ତୁ: ଶେଷ ନିଦ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଏକ ସ୍ବର୍ଣ୍ଣିମ ଅଧ୍ୟାୟର ହେଲା ଅନ୍ତ

ବିଜେପିରେ ସୁଷମା ସ୍ବରାଜ ଦ୍ବିତୀୟ ପିଢୀର ସବୁଠାରୁ ଶକ୍ତିଶାଳୀ ରାଜନେତ୍ରୀ ଭାବେ ଗଣାଯାଇଥିଲେ । ୨୦୧୪ରେ ଲୋକସଭା ନିର୍ବାଚନରେ ସେ ବିଦିଶାରୁ ଜିତିଥିଲେ । ତାଙ୍କର କ୍ଷମତା ଏବଂ ଦଳରେ ତାଙ୍କର ଯୋଗଦାନ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସରକାରରେ ତାଙ୍କୁ ବିଦେଶ ମନ୍ତ୍ରୀ ବିଭାଗ ଦିଆଯାଇଥିଲା ।

୨୦୧୯ ନିର୍ବାଚନରେ ଲଢିନଥିଲେ ସୁଷମା:

husbandସୁଷମାଙ୍କର ନଭେମ୍ବର ୨୦୧୮ରୁ ସ୍ବାସ୍ଥ୍ୟରେ ଅବନତି ହେବା କାରଣରୁ ସେ ୨୦୧୯ରେ ଲୋକସଭା ନିର୍ବାଚନ ନ ଲଢିବାକୁ ନଷ୍ପତ୍ତି ନେଇଥିଲେ । କିନ୍ତୁ ଏହାପରେ ମଧ୍ୟ ସେ ବିଦେଶ ମନ୍ତ୍ରୀ ରହିଥିଲେ । ଏହି ଘୋଷଣା ପରେ ସୁଷମାଙ୍କ ସ୍ବାମୀ ତଥା ପୂର୍ବ ରାଜ୍ୟପାଳ ସ୍ବରାଜ କୌଶଳ ଟ୍ବିଟ୍ କରି ଲେଖିଥିଲେ କି, ଏବେ ଆଉ ନିର୍ବାଚନ ନଲଢିବା ପାଇଁ ଆପଣ ନେଇଥିବା ନିଷ୍ପତ୍ତି ପାଇଁ ଧନ୍ୟବାଦ । ସେ ଆଉ ମଧ୍ୟ ଲେଖିଥିଲେ କି, ଗୋଟେ ସମୟ ପରେ ମଧ୍ୟ ମିଲକା ସିଂ ନିଜର ଦୌଡ ବନ୍ଦ କରିଦେଇଥିଲେ । ଆପଣ ତ ଗତ ୪୧ ବର୍ଷରୁ ନିର୍ବାଚନ ଲଢୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.