ମାନିବାକୁ ପଡିବ ଚୋରର ବୁଦ୍ଧି; ପୋଲିସ ସାମ୍ନାରେ ଛୋଟ ଝରକା ଭିତରେ ପଶି ଚୋରି କରିବାର ଦେଖାଇଲା ଡେମୋ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଚୋରି କରିବା ପାଇଁ ଜଣେ ବ୍ୟକ୍ତି ଏକ ଅଜବ କୌଶଳ ଆପଣାଇଛନ୍ତି । ଜଣେ ବ୍ୟକ୍ତି ଏକ ଝରକା ଗ୍ରୀଲ ଦେଇ ଘର ଭିତରକୁ ପ୍ରବେଶ କରୁଥିବା ଦେଖାଯାଇଛି । ଯିଏ ଏପର୍ଯ୍ୟନ୍ତ ଏହି ଭିଡିଓକୁ ଦେଖିଛନ୍ତି ସେ ନିଜ ହସକୁ ସମ୍ଭାଳି ପାରୁନାହାନ୍ତି। ସମସ୍ତେ ଚିନ୍ତା କରୁଛନ୍ତି ଯେ ଏତେ ଛୋଟ ଝରକା ଦେଇ କିପରି କେହି ଯାଇ ପାରିବେ । କିନ୍ତୁ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଏହି କାର୍ଯ୍ୟକୁ ଅତି ସହଜରେ କରିଥିଲେ । ଝରକା ଗ୍ରୀଲ ବଡ଼ ହୋଇଥିଲେ ଯିଏ ଏହା ମଧ୍ୟ ଦେଇ ପଶିପାରିବ। କିନ୍ତୁ ଆପଣ ଚୋରର ଏହି ଭିଡିଓ ଦେଖିଲେ ଲାଗିବ ନାହିଁ ଯେ ଏତେ ଛୋଟ ଫାଙ୍କ ଦେଇ କେହି ଜଣେ ଘର ଭିତରେ ପ୍ରବେଶ କରିପାରିବ ।

ଘଟଣାଟି ହେଉଛି ଚୋରଟି ଯେତେବେଳେ ଚୋରି କରି ଚାଲିଯିବାକୁ ଚେଷ୍ଟା କରୁଥିଲା ସେହି ସମୟରେ ସେ ପୋଲିସ ହାତରେ ଧାରା ପଡିଗଲା ଆଉ ଡେମୋ ଦେଖାଇବାକୁ ଚୋରକୁ ଯେତେବେଳେ ଘଟଣା ସ୍ଥଳକୁ ନିଆଗଲା, ସେତେବେଳେ ଚୋରର ଚୋରି କୌଶଳ ଦେଖି ପୋଲିସ ବି ମୁଣ୍ଡରେ ହାତ ଦେଇ ଦେଲା ।

ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ଝରକା ଭିତରକୁ ପଶିବା ପାଇଁ ପ୍ରଥମେ ଚୋର ଗ୍ରୀଲ ମଧ୍ୟ ଦେଇ ତାର ଦୁଇଟି ଗୋଡ଼ ଭିତରକୁ ନେଉଛି। ଏହାପରେ ଧୀରେ ଧୀରେ ନିଜ ଶରୀରକୁ ଠେଲି ଘର ଭିତରକୁ ପଶାଉଛି। ମଝିରେ ଭିଡିଓ ଦେଖିଲେ ଆପଣଙ୍କୁ ଲାଗିବ ଯେ ବିଚରା ଚୋରଟା ଅଧାରେ ଫସିଗଲା। କିନ୍ତୁ ପୂରା ଭିଡିଓ ଦେଖିଲେ ଆପଣ ତାର କୌଶଳ ଜାଣିପାରିବେ। ଧୀର ଧୀରେ ସେ ଝରକା ଦେଇ ପୂରା ଘର ଭିତରକୁ ପ୍ରବେଶ କରିଯିବ।

Doctor Gulati L L B ନାମକ ଏକ ପେଜରେ ଏହି ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି। ଭିଡିଓ ସହିତ ଥିବା କ୍ୟାପସନରେ ଲେଖାଥିଲା, ‘ଏହି ଝରକା ଭିତରୁ ଏହି ବ୍ୟକ୍ତି କିପରି ବାହାରକୁ ଯାଇ ପାରିବେ ପୋଲିସ୍ ନିଶ୍ଚିତ ନୁହଁନ୍ତି … ପୋଲିସ୍ ବାଲା ବିଶ୍ୱାସ କରିନଥିଲେ ଚୋର ଏହି ଝରକା ଗ୍ରିଲ୍ ଦେଇ କେମିତି ପଶିପାରିଲା। ତେଣୁ ଚୋର ପୁଣି ଡେମୋ କରି ଦେଖାଇଥିଲା।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.