ସମ୍ବଲପୁର: ବର୍ଜ୍ୟବସ୍ତୁ ପରିଚାଳନାର ସଫଳତା, ସହର ହେଉଛି ସ୍ୱଚ୍ଛ ଲୋକଙ୍କୁ ମିଳୁଛି ଖତ

ସମ୍ବଲପୁର (କେନ୍ୟୁଜ୍‌) : ସମ୍ବଲପୁର ସହରକୁ ସଫାସୁତରା ରଖିବା ପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ୧୧ଟି ସ୍ଥାନରେ ବଜ୍ୟର୍ବସ୍ତୁ ପରିଚାଳନା କେନ୍ଦ୍ର। ଏହି କେନ୍ଦ୍ର ମାନଙ୍କରେ ନିୟୋଜିତ କରାଯାଇଛି ମହିଳା ଏସଏଚଜି ବା ସ୍ୱଚ୍ଛ ସାଥିମାନଙ୍କୁ। ସହର ସାରା ମଇଳା ଏହି କେନ୍ଦ୍ରମାନଙ୍କୁ ଆସିଥାଏ। ଆଉ ଏହାପରେ ଏଠାରେ କାମ କରୁଥିବା ମହିଳାମାନେ ଏହି ଆବର୍ଜନା ଗୁଡ଼ିକୁ ଅଲଗା ଅଲଗା କରି ବିଭିନ୍ନ କୁଣ୍ଡମାନଙ୍କରେ ରଖିଥାନ୍ତି। ପଲିଥିନ, ପ୍ଲାଷ୍ଟିକ ଏବଂ ପରିବା ଚୋପା ସବୁ ଅଲଗା କରି ଏଠାରେ ଲାଗିଥିବା ମେସିନରେ ତାକୁ ପକାଇଥାନ୍ତି। ମେସିନ ଏହି ବଜ୍ୟର୍ବସ୍ତୁ ଗୁଡ଼ିକୁ ଅଲଗା କରିଥାଏ। ଏହାପରେ ମେସିନରୁ ଅଲଗା ହୋଇ ବାହାରିଥିବା ସମସ୍ତ ପ୍ଲାଷ୍ଟିକ ଜିନିଷକୁ ଏକ ଗୋଦାମ ଘରେ ରଖାଯାଇଥାଏ। ଏହି ଗୋଦାମକୁ ସଂପୂର୍ଣ୍ଣରୂପେ ଏହି ଏସଏଚଜିର ମହିଳାମାନେ ପରିଚାଳନା କରୁଛନ୍ତି।

SAMBALPUR-2

ଏଠାକୁ ଆସୁଥିବା ପଲିଥିନ ସାମଗ୍ରୀ ଏବଂ ପ୍ଲାଷ୍ଟିକ ସାମଗ୍ରୀକୁ ଅଲଗା ଅଲଗା କରି ରଖାଯାଇଥାଏ। ଏହି ପଲିଥିନ ଓ ପ୍ଲାଷ୍ଟିକ ଗୁଡ଼ିକୁ ନିକଟସ୍ଥ ବେପାରୀମାନେ ନେଇଥାନ୍ତି। କିଛି ପ୍ଲାଷ୍ଟିକ ଗୁଡ଼ିକ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠାଯାଇଥାଏ। ତେବେ ଏଠାରୁ ପ୍ରତିଦିନ ୫ଟନ୍‌ ଜୈବିକ ସାର ଉପ୍ତାଦନର ଲକ୍ଷ୍ୟ ରଖିଛି ମହାନଗର ନିଗମ। ଏହି ମାଇକ୍ରୋ କମ୍ପଷ୍ଟ ପ୍ଲାଣ୍ଟରୁ ବାହାରୁଥିବା ଖତର ଚାହିଦା ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି।

ଏହି ସେଣ୍ଟର ଗୁଡ଼ିକରେ କାମ କରୁଥିବା ଏସଏଚ୍‌ଜି ମହିଳାମାନଙ୍କୁ ମହାନଗର ନିଗମ ପ୍ରଥମେ ଟ୍ରେନିଂ ଦେଇଥିଲା। ଆଉ ଏହି ମହିଳାମାନେ ଏହି କାଯ୍ୟର୍ ୯ ମାସ ହେବ କରି ଆସୁଛନ୍ତି। ପ୍ରତିଦିନ ସମ୍ବଲପୁର ମହାନଗର ନିଗମରେ ଥିବା ୪୧ଟି ୱାର୍ଡ଼ରେ ମଇଳାନେବା ପାଇଁ ଘର ଘର ଗାଡ଼ି ବୁଲୁଛି। ପରିବା ଚୋପା,ଖାଦ୍ୟ ଏବଂ ପ୍ଲାଷ୍ଟିକ ମଇଳା ଗୁଡ଼ିକୁ ନେବା ପାଇଁ ଗାଡ଼ିରେ ରହିଛି ଦୁଇଟି ଅଲଗା ଅଲଗା ସ୍ଥାନ। ମହାନଗର ନିଗମର କର୍ମଚାରୀ ମାନେ ଏହି ମହିଳା ଗୁଡ଼ିକ ଆଣି ଏହି ସେଣ୍ଟର ମାନଙ୍କୁ ଦେଇଥାନ୍ତି। ଏହି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଗୁଡ଼ିକରୁ ବାହାରୁ ଥିବା ଖତକୁ ଲୋକମାନେ ବ୍ୟବହାର କରିବା ଆରମ୍ଭ କଲେଣି। ଗତ ମାର୍ଚ୍ଚ ମାସରେ ଏହି ସେଣ୍ଟର ଗୁଡ଼ିକ କାଯ୍ୟର୍କାରୀ ହୋଇଛି। ଚାଷୀମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ଅଗଭୀର ହେଲେଣି। ହେଲେ ଲୋକଙ୍କ ଚାହିଦାକୁ ଦେଖି ଏହି ସେଣ୍ଟର ମାନ କାମ ଆରମ୍ଭ କରିଛନ୍ତି।ପ୍ରତିଦିନ ମହାନଗର ନିଗମ ପରିସରରେ ଥିବା ମୋ ଖତ କାର୍ଯ୍ଯାଳୟରୁ ଖତ ବିକ୍ରୀ ହେଉଛି।

SAMBALPUR-3

ଲୋକେ ଆସି ତାଙ୍କ ଇଚ୍ଛାରେ ନେଇକି ଯାଉଛନ୍ତି। ଏହି ଖତ ବ୍ୟବହାର ଫଳରେ ଗଛରେ ଭଲ ଫଳ ଓ ଫୁଲ ଆସୁଥିବା କହିଛନ୍ତି ଲୋକେ। ଦୁର ଦୁରାନ୍ତରରୁ ଆସି ଏହି ଜୈବିକ ଖତ ମହାନଗର ନିଗମ କାଯ୍ୟର୍ାଳୟରୁ ଲୋକେ ସଂଗ୍ରହ କରୁଛନ୍ତି। ଏହି ସେଣ୍ଟର ଚାଲିବା ଫଳରେ ସହର ମଧ୍ୟରୁ କିଛିଟା ଆବର୍ଜନା କମିଯାଇଛି।

ସମ୍ବଲପୁରରୁ ଶ୍ରବଣ ପତିଙ୍କ ରିପୋର୍ଟ କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.