ହେଙ୍ଗୁର ଉପାୟ ଚମକାଇବ ଆପଣଙ୍କ ଭାଗ୍ୟ, ଦୂର ହୋଇଯିବ ସବୁ ସଙ୍କଟ; ଖାସ୍‌ ପୂର୍ଣ୍ଣିମା ଦିନ ହୋଇଥାଏ ପ୍ରଭାବଶାଳୀ

ହେଙ୍ଗୁ ସାଧାରଣତଃ ରୋଷେଇ ଘରେ ବ୍ୟବହାର କରାଯାଇଥାଏ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ହେଙ୍ଗୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏମିତି କିଛି ଗୁଣ ରହିଥାଏ, ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ। ସ୍ୱାସ୍ଥ୍ୟ ବ୍ୟତୀତ ହେଙ୍ଗୁ ଦୁର୍ଭାଗ୍ୟକୁ ଦୂରୀଭୂତ କରି ଜୀବନରେ ସୌଭାଗ୍ୟ ଆଣିଥାଏ। ବାସ୍ତବରେ ହେଙ୍ଗୁର ଉପାୟରୁ ସଙ୍କଟରୁ ମୁକ୍ତି ମିଳିଥାଏ। ଭାଗ୍ୟ ମଜଭୁତ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ହେଙ୍ଗୁର ଉପାୟ କିପରି କରାଯାଇଥାଏ।

ହେଙ୍ଗୁର ଉପାୟ

ହେଙ୍ଗୁର ଉପାୟ କରଜରୁ ମୁକ୍ତି ଦେବାରେ ଖାସ୍‌ ହୋଇଥାଏ। ଋଣରୁ ମୁକ୍ତି ପାଇବା ପାଇଁ ହେଙ୍ଗୁର ଏକ ଖଣ୍ଡକୁ ପାଣିରେ ମିଶାଇ ସେଥିରେ ଗାଧୋଇ ପଡ଼ନ୍ତୁ। ଏହା ବ୍ୟତୀତ ହେଙ୍ଗୁକୁ ମସୁର ଡାଲି ସହିତ ମିଶାଇ ଦାନ କରନ୍ତୁ। ହେଙ୍ଗୁର ଏହି ଉପାୟରୁ ଜଲ୍‌ଦି ହିଁ କରଜ ବୋଝରୁ ଛୁଟକାରା ମିଳି ଯାଇଥାଏ।

ହେଙ୍ଗୁର ଉପାୟ ଦୂର କରିଥାଏ ନକାରାତ୍ମକ ଶକ୍ତି

ଘରର ନକାରାତ୍ମକ ଶକ୍ତି ଥିଲେ ତାହା ଭାଗ୍ୟକୁ ଖରାପ କରି ଦେଇଥାଏ। ୫ ଗ୍ରାମ ହେଙ୍ଗୁ, ୫ ଗ୍ରାମ କର୍ପୂର ଏବଂ ୫ ଗ୍ରାମ ଗୋଲମରିଚ ମିଶାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପାଉଡରରେ ସୋରିଷ ମଞ୍ଜି ଭଳି ଛୋଟ ଛୋଟ ଗୁଳା ତିଆରି କରନ୍ତୁ। ପୁଣି ଏହି ଗୁଳାଗୁଡ଼ିକୁ ଦୁଇଟି ସମାନ ଭାଗରେ ବିଭକ୍ତ କରି କୌଣସି ପୁଟୁଳିରେ ବାନ୍ଧି ନିଅନ୍ତୁ। ପୁଟିଳିର ଗୋଟିଏ ଭାଗକୁ ସକାଳେ ଏବଂ ଅନ୍ୟ ଭାଗକୁ ସୂର୍ଯ୍ୟ ନଇଁବା ପରେ ଘରେ ଜଳାନ୍ତୁ। ହେଙ୍ଗୁର ଏହି ଉପାୟ ଲଗାତାର ତିନି ଦିନ ପର୍ଯ୍ୟନ୍ତ କରନ୍ତୁ। ଏମିତି କରିବା ଦ୍ୱାରା ଘରେ ଲାଗିଥିବା ମନ୍ଦ ନଜର ଏବଂ ନେଗେଟିଭ୍‌ ଶକ୍ତିର ଖରାପ ପ୍ରଭାବ ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ। ଏଥି ସହିତ ପରିବାରର ସମସ୍ତ ସଦସ୍ୟଙ୍କ ଉନ୍ନତିରେ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ।

ପୂର୍ଣ୍ଣିମା ଦିନ ହେଙ୍ଗୁର ଚମତ୍କାରୀ ଉପାୟ

ଯଦି ଏମିତି ଲାଗେ କି, ଘରେ କୌଣସି ବି ପ୍ରକାର ତାନ୍ତ୍ରିକ ବାଧା ଦେଖା ଦେଉଛି, ତ ଏମିତି ସ୍ଥିତିରେ ଏଥିରୁ ରକ୍ଷା ପାଇବା ପାଇଁ ହେଙ୍ଗୁ ପାଣିରେ ଘର ଧୋଇ ଦିଅନ୍ତୁ। ହେଙ୍ଗୁର ଏହି ଉପାୟକୁ କୌଣସି ପୂର୍ଣ୍ଣିମା ରାତିରେ କରିବା ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ। ଏହା ବ୍ୟତୀତ କୌଣସି ବି କାର୍ଯ୍ୟରେ ସଫଳତା ପାଇବା ପାଇଁ ଏକ ଚୁଟ୍‌କି ହେଙ୍ଗୁ ନେଇ ନିଜ ମୁଣ୍ଡରେ ବୁଲାଇ ଉତ୍ତର ଦିଗକୁ ଫିଙ୍ଗି ଦିଅନ୍ତୁ। ହେଙ୍ଗୁର ଏହି ଉପାୟ କାମରେ ଆସୁଥିବା ବାଧା ଦୂର କରି ଦେଇଥାଏ।

ଅନ୍ୟାନ୍ୟ ଉପାୟ

-ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ପାଇବା ପାଇଁ ଘରୁ ବାହାରିବା ସମୟରେ ଗୋଟିଏ ଚୁଟକି ହେଙ୍ଗୁ ନିଜର ଡାହାଣ ହାତରେ ରଖି ଦିଅନ୍ତୁ ଏବଂ ଶ୍ରୀ ଶ୍ରୀ ୧୧ ଥର ଉଚ୍ଚାରଣ କରନ୍ତୁ। ଏହାପରେ ହେଙ୍ଗୁକୁ ଖାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ ଉନ୍ନତି ମିଳିଥାଏ।

-ଯଦି ଇଣ୍ଟରଭ୍ୟୁରେ ପ୍ରତ୍ୟେକ ଥର ଅସଫଳତା ମିଳୁଛି, ତେବେ ସେହି ଦିନ ଘରୁ ବାହାରିବା ସମୟରେ ଏକ ଚୁଟକି ହେଙ୍ଗୁକୁ ନିଜ ମୁଣ୍ଡ ଉପରେ ତିନି, ପାଞ୍ଚ କିମ୍ବା ସାତ ଥର ବୁଲାଇ କୌଣସି ଚଉଁରା ମୂଳରେ ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ କାମ ହୋଇଯିବ।

-ଯେଉଁ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ହେଙ୍ଗୁ ପାଣିରେ ସକାଳୁ କୁଳି କରିବା ଉଚିତ। ଏମିତି ପ୍ରତିଦିନ କରିବା ଦ୍ୱାରା ରୋଗ ଶୀଘ୍ର ଦୂର ହୋଇ ଯାଇଥାଏ।

-ଯଦି ଆପଣଙ୍କ କାମ ହେଉ ହେଉ ଅଟକି ଯାଉଥାଏ, ତେବେ ଶୁଭ କାମ କରିବାକୁ ଯାଉଥିବା ସମୟରେ ନିଜ ପକେଟରେ ସାମାନ୍ୟ ହେଙ୍ଗୁ ରଖି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.