ଚୋରି ତ ଚୋରି ସୁପର ଚୋରି ! ଆଖି ପିଛୁଳାକେ ବାଇକକୁ ଖଣ୍ଡ ବିଖଣ୍ଡିତ କରିଦେଲେ ଚୋର

ଆପଣ ପୂର୍ବରୁ ନିଶ୍ଚିତ ରୂପେ ଚୋରି ହେବା ନେଇ ଅନେକ ଭିଡିଓ ଦେଖିଥିବେ । କେତେକ ଭିଡିଓ ଏମିତି ବି ଅଛି ଯେଉଁଥିରେ ଚୋରର ଚୋରି ଅନ୍ଦାଜକୁ ଦେଖି ଅନେକେ ଫିଦା ହୋଇଯାଇଥିବେ । ପ୍ରକୃତରେ ଆଜିକାଲିର ଚୋରମାନେ ଖୁବ ଚାଲାକ ହୋଇଗଲେଣି । ସେମାନେ ବି ଏମିତି ଏମିତି ଷ୍ଟାଇଲରେ ଚୋରି କରୁଛନ୍ତି ଯାହାକୁ ଦେଖି ସାଧାରଣ ଲୋକେ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କେତେକ ଚୋର ତ ସିସିଟିଭି କ୍ୟାମେରା ଆଖିରେ ଧୂଳି ଦେଇ ଚୋରି କରିଦିଅନ୍ତି । ଗତ କିଛି ଦିନ ତଳେ ଭାଇରଲ ହେଉଥିବା ଏକ ଭିଡିଓରେ ଆପଣ ମାନେ ଦେଖିଥିବେ ଜଣେ ଚୋର କେମିତି ବୁଲଡୋଜର ସାହାଯ୍ୟରେ ଏଟିଏମ୍ ମେସିନ ଚୋରି କରିନେଉଛନ୍ତି ।

ଚୋରିର ଏକ ସକିଙ୍ଗ କରିଦେବା ଭଳି ଭିଡିଓ ପୁଣି ଥରେ ଭାଇରଲ ହେଉଛି । ଯେଉଁଥିରେ ଦୁଇ ଜଣ ଚୋର ଏକ ବାଇକ ଚୋରି କରୁଥିବାର ନଜର ଆସୁଛନ୍ତି । ଆପଣ କେବେ ନା କେବେ ଶୁଣିଥିବେ ବା ଜାଣିଥିବେ ଚୋରମାନେ ରାସ୍ତାରୁ ଜଣଙ୍କ ବାଇକ ଉଠାଇ ନେଇଛନ୍ତି । ଭିଡିଓଟିରେ ଦୁଇ ଚୋରଙ୍କ ଚୋରି କରିବା ଷ୍ଟାଇଲ ହିଁ ସମସ୍ତଙ୍କ ହୃଦୟ ଜିଣି ନେଇଛି । ପ୍ରକୃତରେ ଏକ ଦୋକାନ ସାମ୍ନାରେ ଜଣେ ବାଇକ ଚାଳକ ନିଜ ଗାଡିଟିକୁ ରଖି ଯାଇଥିବା ବେଳେ ତତକ୍ଷଣାତ ଦୁଇ ଜଣ ଚୋର ଆସି ତାର ପାର୍ଟ ପାର୍ଟକୁ ଖୋଲି ଉଠାଇ ନେଉଛନ୍ତି ।

 

View this post on Instagram

 

A post shared by Rajput Reshav (@brown_monda34)

ପୁରା ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଯେ ଜଣେ ବ୍ୟକ୍ତି ଦୋକାନରୁ କିଛି ଜିନିଷ କିଣିବା ପାଇଁ ଆସୁଛନ୍ତି । ଦୋକାନ ସାମ୍ନାରେ ନିଜ ଗାଡିଟିକୁ ଠିଆ କରୁଛନ୍ତି ଆଉ ହଟାତ କେଉଁଆଡେ ଚାଲିଯାଉଛନ୍ତି । ଆଉ ଏହି ସମୟରେ ଜିନିଷ କିଣୁଥିବା ସମୟରେ ପଛ ପଟରୁ ଦୁଇ ଜଣ ଆସି ଖୁବ ଚାଲାକର ସହ ବାଇକର ପାର୍ଟ ପାର୍ଟକୁ ଖୋଲି ଉଠାଇ ନେଉଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓର ମଜା ନେଉଛନ୍ତି ସେଠି ଉପସ୍ଥିତ ଥିବା ଲୋକେ । ଆଉ ଯେବେ ଦୋକାନରୁ ଫେରି ବ୍ୟକ୍ତିଜଣଙ୍କ ଦେଖୁଛନ୍ତି ତେବେ ତାଙ୍କ ବାଇକକୁ ଆଉ ଖୋଜି ପାଉନାହାନ୍ତି । ବାଇକ ବଦଳରେ ଖଣ୍ଡେ ଲୁହା ରଡ଼ ପଡିରହିଛି । ଯାହାକୁ ଦେଖି ତାଙ୍କ ହୋସ ଉଡିଯାଉଛି | ଭିଡିଓଟି ଖୁବ ଫନି ହୋଇଥିବାବେଳେ ସାଧାରଣ ଜନତାଙ୍କ ମନକୁ ବି କିଣି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.