୪୦ ବର୍ଷ ପୂର୍ବରୁ ହିଁ ଏହି ପୁସ୍ତକରେ କରୋନାକୁ ନେଇ କରାଯାଇଥିଲା ଭବିଷ୍ୟବାଣୀ!

କରୋନା ଭାଇରସ୍‌ ଯୋଗୁ ୧୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନାରେ ବର୍ତ୍ତମାନ ସୁଦ୍ଧା ୯୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଲେଣି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୪୦ ବର୍ଷ ପୂର୍ବରୁ ହିଁ ଏକ ପୁସ୍ତକରେ କରୋନା ଭାଇରସ୍‌କୁ ନେଇ ଭବିଷ୍ୟବାଣୀ କରାଯାଇଥିଲା।

corona

୧୯୮୧ ମସିହାରେ ଥ୍ରୀଲର ନୋବେଲ ‘‘ଦ ଆଇଜ୍‌ ଅଫ୍‌ ଡାର୍କନେସ୍‌’’ ପୁସ୍ତକ ଲେଖାଯାଇଥିଲା। ସେଥିରେ ବୁହାନ-୪୦୦ ନାମକ ଏକ ଭାଇରସ୍‌ ବିଷୟରେ ବର୍ଣ୍ଣନା କରାଯାଇଛି। ଡିୟାନ୍‌ କୁଣ୍ଟଜ୍‌ଙ୍କ ଲିଖିତ ଏହି ଉପନ୍ୟାସରେ ଏକ ଜୈବ ଅସ୍ତ୍ର ତିଆରି କରିବା ବେଳେ ଏକ ମାରାତ୍ମକ ଭାଇରସ୍‌ ଜନ୍ମ ନେବା କଥା କୁହାଯାଇଛି।

@DarrenPlymouth ଟ୍ଵିଟର ହ୍ୟାଣ୍ଡେଲ୍ସରୁ ଏନେଇ ଟ୍ଵିଟ୍‌ କରାଯିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପୁସ୍ତକ ଚର୍ଚ୍ଚାରେ ରହିଛି। ୟୁଜରମାନେ ପୁସ୍ତକର କଭର ଓ କରୋନା ବିଷୟରେ ଲେଖାଯାଇଥିବା ପୃଷ୍ଠାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖାଯାଇଛି ଯେ ‘ଆମେ ଏକ ଅଦ୍ଭୁତ ଦୁନିଆରେ ବାସ କରୁଛୁ। କାହାଣୀ ବି ବେଳେ ବେଳେ ଆଶ୍ଚର୍ଯ୍ୟ କରିଦିଏ’। ତେବେ ୪୦ ବର୍ଷ ତଳର କାହାଣୀ ବି ସତ ହୋଇପାରେ ବୋଲି ଭାବି କେହି କେହି ଚକିତ ହୋଇଥିବା ମଧ୍ୟ କହିଛନ୍ତି।