ସୋସିଆଲ ମିଡିଆରେ ଘୂରି ବୁଲୁଛି ଏହି ଲଜ୍ଜାଜନକ ଭିଡିଓ, ଅସଲି ମୁଖା ଖୋଲିବା ପରେ ରେଷ୍ଟୁରାଣ୍ଟ ଉପରେ ରାଗି ନିଆଁବାଣ ହେଲେ ଗ୍ରାହକ
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ସାବୁନ ଫେଣରେ ବୁଡ଼ି ରହିଥିବା ଦେଖିବାକୁ ମିଳୁଛି। ତେବେ ଏହା ତାଙ୍କ ଘରର କୌଣସି ବାଥ୍ରୁମ ନୁହେଁ, ବରଂ ରେଷ୍ଟୁରାଣ୍ଟର କିଚେନ୍ ସିଙ୍କ୍। ଏହା ଭିତରେ ପଶି କର୍ମଚାରୀ ଗାଧାଉଥିବାର ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି।
କର୍ମଚାରୀ ଯେଉଁ ସିଙ୍କ୍ରେ ଗାଧୋଉଛନ୍ତି, ସେଥିରେ ଉକ୍ତ ରେଷ୍ଟୁରଣ୍ଟର ବାସନ ସବୁ ଧୁଆଯାଇଥାଏ। ମିଶିଗନ୍ର ପ୍ରସିଦ୍ଧ େଓ୍ଵଣ୍ଡି ରେଣ୍ଟୁରାଣ୍ଟର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗ୍ରାହକମାନେ ଭୀଷଣ ରାଗିଯାଇଛନ୍ତି।
video courtesy: youtube
ଭିଡିଓଟିକୁ ଫେସ୍ବୁକରେ ଶେୟାର କରି ଜଣେ ୟୁଜର ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ କେବଳ ଏତିକି କହିବାକୁ ଚାହୁଁଛି, ଗ୍ରୀନ୍ଭ୍ୟାଲିର େଓ୍ଵଣ୍ଡି ରେଷ୍ଟୁରାଣ୍ଟକୁ ଯାଆନ୍ତୁ ନାହିଁ’। ପ୍ରଥମେ ଏହାକୁ ଟିକ୍ ଟକ୍ରେ ପୋଷ୍ଟ କରାଯାଇଥିଲା। ଏହାପରେ ଫେସ୍ବୁକରେ ଭିଡିଓଟି ପୂରା ଭାଇରାଲ ହୋଇଗଲା। ସବୁଠାରୁ ବଡ଼ କଥା ହେଉଛି, କର୍ମଚାରୀ ଜଣକ େଓ୍ଵଣ୍ଡିର ୟୁନିଫର୍ମ ପିନ୍ଧି କିଚେନ୍ ସିଙ୍କ୍ରେ ଗାଧୋଉଛନ୍ତି।