Below header

ସୂର୍ଯ୍ୟାସ୍ତ ସମୟରେ ମଙ୍ଗଳ ଗ୍ରହରେ ଏପରି ଦେଖାଯାନ୍ତି ସୂର୍ଯ୍ୟ

ପୃଥିବୀ ପୃଷ୍ଠରେ ସୂର୍ଯ୍ୟସ୍ଥ ସମୟରେ ସୂର୍ଯ୍ୟଙ୍କ ଆଖପାଖ ଅଞ୍ଚଳ ଲାଲ ଦେଖାଯାଏ । କିନ୍ତୁ ମଙ୍ଗଳ ଗ୍ରହରେ ଏପରି ହୋଇନଥାଏ ।ଏଠାରେ ସ୍ଥିତି କିଛିଟା ଭିନ୍ନ ହୋଇଥାଏ । ଯଦି ଆପଣ ମଙ୍ଗଳ ଗ୍ରହରେ ଠିଆ ହେବେ ତେବେ ସୂର୍ଯ୍ୟସ୍ଥ ସମୟରେ ସୂର୍ଯ୍ୟଙ୍କ ଆଖପାଖ ଅଞ୍ଚଳ ଆପଣଙ୍କୁ ନୀଳ ରଙ୍ଗ ନଜର ଆସିବ । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାଶା ଦ୍ୱାରା ପଠାଯାଇଥିବା ‘କ୍ୟୁରିଓସୀଟୀ ରୋଭର’ ଯାନ ପଠାଇଥିବା ଫଟୋ ମାଧ୍ୟମରେ ହିଁ ଏବିଷୟରେ ପ୍ରଥମେ ସୂଚନା ମିଳିଥିଲା । ନିକଟ ଅତୀତରେ ହିଁ ନାସା ପୃଥିବୀ ଉପରେ ନିର୍ମିତ ହୋଇଥିବା ନିୟନ୍ତ୍ରଣ କକ୍ଷରୁ ସୂର୍ଯ୍ୟସ୍ଥ ସମୟର କେତେ ଗୁଡିଏ ଫଟୋ ପଠାଇଥିଲା ।

mars planet

ଯାନରେ ଲାଗିଥିବା ବିଶେଷ ଧରଣର ମାଷ୍ଟ କ୍ୟାମେରା ସହାୟତାରେ ହିଁ ଏହି ଫଟୋ ଗୁଡିକୁ ଉଠାଯାଇଥିବା ଜଣାଯାଇଛି । ବୈଜ୍ଞାନିକଙ୍କ ଅନୁଯାୟୀ ସମସ୍ତ ଫଟୋ ସେଠାରେ ହେଉଥିବା ଧୂଳି ଝଡ ସମୟରେ ହିଁ ନିଆଯାଇଛି । ଆଉ ମଧ୍ୟ ଏହି ଫଟୋ ଗୁଡିକ ସାହାଯ୍ୟରେ ମଙ୍ଗଳ ଗ୍ରହରେ ମହଜୂତ ଥିବା ଧୂଳି କଣିକା ଗୁଡିକ ବିଷୟରେ ବି ଜାଣିହେବ । ଆହୁରି ମଧ୍ୟ ଜଣାଯାଇଛି କି ସୂର୍ଯ୍ୟସ୍ଥ ସମୟରେ ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ଅଞ୍ଚଳକୁ ଛାଡ଼ି ମଙ୍ଗଳ ଗ୍ରହର ବାକି ଅଞ୍ଚଳ ହଳଦିଆ କିମ୍ଵା ନାରଙ୍ଗୀ ରଙ୍ଗର ହିଁ ନଜର ଆସିଥାଏ ।

କିନ୍ତୁ ଦିନର ବାକି ସମୟ ଧୂସର ରଙ୍ଗ ଦେଖାଯାଏ । ଏଠାରେ କହି ରଖିବା ଉଚିତ ହେବ କି, ୨୦୧୨ ମସିହା ଅଗଷ୍ଟ ମାସରେ ହିଁ ଏହି କ୍ୟୁରିଓସିଟି ରୋଭର ଯାନକୁ ମଙ୍ଗଳ ଗ୍ରହରେ ଅବତରଣ କରାଯାଇଥିଲା । ସେଠାକାର ବାତାବରଣ ଓ ସ୍ଥିତି ଆଦି ସମ୍ପର୍କରେ ତଥ୍ୟ ଦେବା ହିଁ ଏହି ଯାନର ମୂଳ ଉଦ୍ଦେଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.