କାଲିଠୁ ଆରମ୍ଭ ମାଟ୍ରିକ୍‌ ପରୀକ୍ଷା, ଏଯାଏ କେନ୍ଦ୍ରାପଡ଼ା ଧୂମାତ ନୋଡ଼ାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକଙ୍କୁ ମିଳି ନାହିଁ ଆଡମିଟ୍‌ କାର୍ଡ

କେନ୍ଦ୍ରାପଡ଼ା : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ବ୍ୟତିକ୍ରମ । କାଲିଠୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏବେ ବି ପିଲାଙ୍କୁ ଆଡମିଟ୍‌ କାର୍ଡ ମିଳିପାରି ନାହିଁ । କେନ୍ଦ୍ରାପଡ଼ା ଧୂମାତ ନୋଡ଼ାଲ ବିଦ୍ୟାପୀଠର ଛାତ୍ର ମଣ୍ଟୁ ମଲ୍ଲିକଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଡ୍‌ମିଟ୍‌ କାର୍ଡ ମିଳି ନଥିବାରୁ ଦୁଇ ଦିନ ହେବ ତାଙ୍କ ଘରେ ଚୁଲି ଜଳୁନାହିଁ । ବହୁ ଅଭାବ ଅନଟନରେ ପୁଅକୁ ପାଠ ପଢାଇଥିବା ବେଳେ ଏଭଳି ବ୍ୟତିକ୍ରମକୁ ନେଇ ଚିନ୍ତାରେ ପରିବାର ଲୋକେ । ସେପଟେ ଘଟଣା ସଂପର୍କରେ ସ୍କୁଲ ପ୍ରଧାନ ଶିକ୍ଷକ କିଛି କହିବାକୁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.