ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଇଣ୍ଡୋନେସିଆରେ ଏହି ଶିଶୁ ଦିନକୁ ପିଉଛି ୧.୫ ଲିଟର କଫି

ସାଧାରଣ ଭାବେ ୫ ବର୍ଷରୁ ସାନ ପିଲାଙ୍କୁ ଚାହା କିମ୍ବା କଫି ପିଇବାକୁ ଦିଆଯାଇନଥାଏ । କିନ୍ତୁ ଇଣ୍ଡୋନେସିଆରେ ଏମିତି ଏକ ଶିଶୁ ଅଛି । ଯିଏ ପ୍ରତିଦିନ ଅତି କମରେ ୧.୫ ଲିଟର କଫି ପିଇଥାଏ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଶିଶୁ ଟିର ବୟଷ ମାତ୍ର ୧୪ ମାସ । କିନ୍ତୁ ଦିନକୁ ଏତେ ମାତ୍ରାରେ କଫି ପିଇ ମଧ୍ୟ ଶିଶୁଟି ସମ୍ପୂର୍ଣ ରୂପେ ସୁସ୍ଥ ଅଛି । ଏହି ଶିଶୁଟିର ନାଁ ହଦିଯାହ । ଝିଅ ଟିର ମା ବାପା ବହୁତ ଗରିବ ଶ୍ରେଣୀର । ତେଣୁ ପ୍ରତିଦିନ କ୍ଷୀର କିଣି ଶିଶୁ ଟିକୁ ପିଆଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ସେଥିପାଇଁ ହିଁ ସେମାନେ କଫି କିଣି ପିଲାଟିକୁ ପିଆଉ ଥିଲେ । ଯେବେ ଶିଶୁ ଟିର ଏହି ଅଜବ ଅଭ୍ୟାସ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରକାଶ ହୋଇଥିଲା । ଏକ ସ୍ଥାନୀୟ ଏଜେନ୍ସି ଟଙ୍କା ଘରକୁ ଯାଇ ତା ମା ବାପାଙ୍କ ସହ କଥା ହୋଇଥିଲେ । ଏଜେନ୍ସିର କର୍ମକର୍ତ୍ତା ମାନେ ନିଜ ସାଥିରେ କିଛି କ୍ଷୀର ଓ ବିସ୍କୁଟ ନେଇ ଯାଇଥିଲେ ।

ସେମାନେ ଶିଶୁଟିର ବାପା ମାଙ୍କୁ ବୁଝାଇଥିଲେ କଫି ଶରୀର ପକ୍ଷେ ହାନିକାରକ ତେଣୁ ଆଉ ତାକୁ କଫି ନଦେବା ଉଚିତ । ଶିଶୁ ଟିର ମାଙ୍କ କହିବା ଅନୁଯାୟୀ ସେମାନେ ବହୁତ ଗରିବ ଶ୍ରେଣୀର । ତାଙ୍କ ସ୍ୱାମୀ ନଡ଼ିଆ ଚୋପା ଛଡ଼ାଇବା କାମ କରିଥାନ୍ତି। ଏଥିରୁ ସେ ଦିନକୁ ମାତ୍ର ୧୦୦ ଟଙ୍କା (ଭାରତୀୟ ମୁଦ୍ରା ଅନୁଯାୟୀ) ରୋଜଗାର ହୋଇଥାଏ । ଏତେ କମ ଟଙ୍କାରେ ଘର ଚଳାଇବା ବହୁ କଷ୍ଟ କର ହୋଇଥାଏ । ତେବେ ଏମିତି ପରିସ୍ଥିତିରେ ଶିଶୁ ଟିକୁ କ୍ଷୀର କେମିତି ପିଆଇଥାନ୍ତି । ଏଣୁ କଫି ଏହା ତୁଳନାରେ ବହୁତ ଶସ୍ତା ହୋଇଥିବାରୁ ସେମାନେ କଫି ପିଆଇଥାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଶିଶୁ ଟିର କଫି ପିଇବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି । ଏମିତିରେ କଫି ନ ପିଇଲେ ତାକୁ ନିଦ ମଧ୍ୟ ଆସିନଥାଏ । କଫି ନ ପିଇବା ପର୍ଯ୍ୟନ୍ତ ସେ ଏକ ପ୍ରକାର ବ୍ୟସ୍ତ ବିବ୍ରତ ହୋଇଯାଇଥାଏ । କିନ୍ତୁ ଅନ୍ୟ ପକ୍ଷରେ ଡାକ୍ତର ମାନେ ମଧ୍ୟ ଶିଶୁ ମାନଙ୍କୁ କଫି ଠାରୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ।

 

ଏହା ସହ ପଢନ୍ତୁ:

ଦୁନିଆର ଏମିତି ଅଦ୍ଭୁତ ଗାଁ କୁବରପେଡି, ଯେଉଁଠି ମାଟିତଳେ ରୁହନ୍ତି ଲୋକେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.