Below header

ଏହି ମାଛ ଦେଖିଲେ ଆସିବ ଭୂକମ୍ପ ଓ ସୁନାମି, ରୁହନ୍ତୁ ସତର୍କ

ଥାଇଲ୍ୟାଣ୍ଡର ମତ୍ସ୍ୟଜୀବିମାନେ ଏକ ବିରଳ ମାଛ ଧରିଛନ୍ତି । ଏହି ମାଛକୁ ଦେଖିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଏହି ମାଛ ଦେଖିଲେ ଆସିବ ମହାପ୍ରଳୟ । ଏଥିପାଇଁ ଲୋକମାନଙ୍କୁ ବିନାଶର ଚିନ୍ତା ଘାରିଛି ।

ନିକଟରେ ଥାଇଲ୍ୟାଣ୍ଡର ମତ୍ସ୍ୟଜୀବିମାନେ ଏକ ବିରଳ ମାଛ ଧରିଛନ୍ତି । ଏହି ମାଛକୁ ଦେଖିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । କାରଣ ଏହି ମାଛ ଦେଖିଲେ ଆସିବ ମହାପ୍ରଳୟ । ଏଥିପାଇଁ ଲୋକମାନଙ୍କୁ ବିନାଶର ଚିନ୍ତା ଘାରିଛି । ତେବେ ଆମେ ଯେଉଁ ମାଛର ନାଁ କହୁଛୁ ତାହା ହେଉଛି ଓରଫିସ୍, ଏହି ମାଛକୁ ‘ଭୂକମ୍ପ ମାଛ’ କୁହାଯାଏ । ଏହା ସାଧାରଣତଃ ୧୦୦୦ ମିଟର ଗଭୀର ପାଣିରେ ଦେଖାଯାଏ ଏବଂ ଉପକୂଳରେ ବେଳେବେଳେ ହିଁ ଏହି ମାଛ ଦେଖାଯାଏ । ଭୟଙ୍କର ଦେଖାଯାଉଥିବା ଏହି ସମୁଦ୍ରି ମାଛ ୧୧ ମିଟର ପର୍ଯ୍ୟନ୍ତ ଲମ୍ବା ଥାଏ । ଜାନୁୟାରୀ ୩ ବୁଧବାର ଦିନ ଆଣ୍ଡାମାନ ସାଗରରେ ଏହି ମାଛକୁ ଥାଇଲ୍ୟାଣ୍ଡର କିଛି ମତ୍ସ୍ୟଜୀବି ଧରିଥିଲେ ।

ଜାପାନୀ ଲୋକକଥା ଅନୁଯାୟୀ, ଯଦି ଆପଣ କେବେ ଏହି ଓରଫିସ ବା ଭୂକମ୍ପ ମାଛକୁ ଦେଖିବାକୁ ପାଆନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାହିଁକି ନା ଏହି ମାଛ ସୁନାମି ଏବଂ ଭୂକମ୍ପ ଆସିବାର ପୂର୍ବ ସଂକେତ ହୋଇପାରେ । ନୂଆ ବର୍ଷରେ ଜାପାନରେ ଘଟିଥିବା ଭୟଙ୍କର ଭୂକମ୍ପର କିଛି ଦିନ ପରେ ହିଁ ଏହି ଓରଫିସ୍ ଦେଖିବାକୁ ମିଳିଛି । ଥାଇଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ଉପକୂଳରେ ଦେଖାଯାଇଥିବା ଏହି ମାଛ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ଏହାକୁ ଦେଖିଲେ ବିନାଶ ଆସିବ ବୋଲି ଲୋକକଥା ରହିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଓରଫିସ ନଜର ଆସିବା ମାନେ ଆଣ୍ଡାମାନ ଉପକୂଳରେ ଭୂକମ୍ପ ଆସିବାର ଏହା ପୂର୍ବ ସଂକେତ ହୋଇପାରେ । ଏବଂ ସୁନାମି ଆସିବାର ମଧ୍ୟ ସମ୍ଭାବନା ରହିଛି ।

କାସେଟସର୍ଟ ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ପରିବେଶ ଅଧ୍ୟାପକ ଥୋନ୍ ଥାମରୋଙ୍ଗନ ଓ୍ଵାସାଓ୍ଵାଟ କହିଛନ୍ତି ଯେ ଏହି ମାଛକୁ “ଭୂକମ୍ପ ମାଛ” କୁହାଯାଏ । “ଏହା ଏକ ଓରଫିସ୍ ଭଳି ଦେଖାଯାଏ । ଯେତେବେଳେ ଏହା ସମୁଦ୍ର କୂଳକୁ ଆସେ, ଲୋକଙ୍କ ମନରେ ଭୂକମ୍ପ ଓ ସୁନାମିକୁ ନେଇ ସନ୍ଦେହ ଆସେ ।

ସୂଚନା ଅନୁସାରେ ଆଣ୍ଡାମାନ ସାଗରରେ ଥଣ୍ଡା ପାଣି ପ୍ରବେଶ ହେତୁ ଏହି ବିରଳ ମାଛ ଦେଖିବାକୁ ମିଳିଛି । ପ୍ରଥମେ ଏହି ମାଛ ଏକ ଜାଲରେ ଫସି ଯାଇଥିଲା ପରେ ଏହା ଓରଫିସ୍ ବୋଲି ଜଣା ପଡ଼ିଥିଲା । ଏହି ମାଛଗୁଡ଼ିକ ଥଣ୍ଡା ଜଳରେ ରହିବାକୁ ପସନ୍ଦ କରନ୍ତି । ଏହି ରହସ୍ୟମୟୀ ମାଛ ଶେଷ ଥର ଜୁଲାଇ ୨୦୨୩ରେ ତାଇଓ୍ଵାନର ରୁଇଫାଙ୍ଗ ସମୁଦ୍ର କୂଳରେ ଦେଖାଯାଇଥିଲା । ଏହି ମାଛ ଶରୀରରେ ରହସ୍ୟମୟ ଗାତ ଥିବା ବିଶେଷଜ୍ଞ ଦଳ ଦେଖିବାକୁ ପାଇଥିଲେ ।

ଗଭୀର ସମୁଦ୍ର ତଳେ ରହୁଥିବା ଏହି ମାଛ ସମୁଦ୍ର ଉପରକୁ ସେତେବେଳେ ଆସିଥାଏ ଯେତେବେଳେ ସମୁଦ୍ର ପାଣି ଉଛୁଳି ଥାଏ । ତେବେ ଏହି ମାଛ ଦେଖିବା ପରେ ହିଁ ଭୂକମ୍ପ ଓ ସୁନାମି ଆସିଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି । କିନ୍ତୁ ଏହାକୁ ନେଇ କୌଣସି ସତ୍ୟାସତ୍ୟ କଥା ପ୍ରକାଶ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.