ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଏବଂ କାହା ସହିତ ଖେଳିବ ଭାରତ..

ଟି୨୦ ବିଶ୍ୱକପ ୨୦୨୪ରେ ୫୫ଟି ମ୍ୟାଚ୍‌ ଖେଳାଯିବ । ଭାରତୀୟ ଟିମ୍‌ ଟିମ୍‌ ଆୟରଲାଣ୍ଡ, ପାକିସ୍ତାନ, ୟୁଏସଏ ଏବଂ କାନାଡା ସହିତ ଗ୍ରୁପ-ଏରେ ରହିଛି । ଭାରତୀୟ ଟିମ୍‌ ପ୍ରଥମ ମ୍ୟାଚ ୫ ଜୁନ, ଦ୍ୱିତୀୟ ମ୍ୟାଚ ୯ ଜୁନ, ତୃତୀୟ ମ୍ୟାଚ ୧୨ରେ ଖେଳାଯିବ । ଶେଷ ଗ୍ରୁପ ମ୍ୟାଚ ୧୫ ଜୁନରେ କାନାଡା ବିପକ୍ଷରେ ଖେଳିବ ଟିମ୍‌ ।

ଚଳିତବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇସାରିଛି । ଟି୨୦ ବିଶ୍ୱକପ ୨୦୨୪ରେ ୫୫ଟି ମ୍ୟାଚ୍‌ ଖେଳାଯିବ । ୱେଷ୍ଟଇଣ୍ଡିଜ ଏବଂ ୟୁଏସଏର ୯ଟି ମଇଦାନରେ ଆୟୋଜିତ ହେବ । ଟି୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚ ୟୁଏସଏ ଏବଂ କାନାଡା ମଧ୍ୟରେ ଜୁନ ୧ ତାରିଖରେ ଖେଳାଯିବ । ସେହିପରି ୨୬ ଏବଂ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଏବଂ ୨୯ରେ ଜୁନରେ ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି ।

ଭାରତୀୟ ଟିମ୍‌ ଟିମ୍‌ ଆୟରଲାଣ୍ଡ, ପାକିସ୍ତାନ, ୟୁଏସଏ ଏବଂ କାନାଡା ସହିତ ଗ୍ରୁପ-ଏରେ ରହିଛି । ଭାରତୀୟ ଟିମର ୩ଟି ଗ୍ରୁପ ମ୍ୟାଚ ନ୍ୟୁୟର୍କରେ ହେବ । ସେହିପରି ଭାରତୀୟ ଟିମ୍‌ ପ୍ରଥମ ମ୍ୟାଚ ୫ ଜୁନ, ଦ୍ୱିତୀୟ ମ୍ୟାଚ ୯ ଜୁନ, ତୃତୀୟ ମ୍ୟାଚ ୧୨ରେ ଖେଳାଯିବ । ଶେଷ ଗ୍ରୁପ ମ୍ୟାଚ ୧୫ ଜୁନରେ କାନାଡା ବିପକ୍ଷରେ ଖେଳିବ ଟିମ୍‌ ।

ଭାରତୀୟ ଟିମ୍‌ କାର୍ଯ୍ୟସୂଚୀ :

ଜୁନ ୫ : ଭାରତ ବନାମ ଆୟରଲାଣ୍ଡ (ନ୍ୟୁୟର୍କ)
ଜୁନ ୯ : ଭାରତ ବନାମ ପାକିସ୍ତାନ (ନ୍ୟୁୟର୍କ)
ଜୁନ ୧୨ : ଭାରତ ବନାମ ୟୁଏସଏ (ନ୍ୟୁୟର୍କ)
ଜୁନ ୧୫ : ଭାରତ ବନାମ କାନାଡା (ଫ୍ଲୋରିଡା)

୨୦ଟି ଟିମ୍‌ ଟୁର୍ଣ୍ଣାମେଣ୍ଟରେ ନକଆଉଟ୍‌ ସମେତ ୩ଟି ପର୍ଯ୍ୟାୟରେ ଖେଳାଯିବ । ସମସ୍ତ ୨୦ଟି ଟିମ୫-୫ର ୪ଟି ଗ୍ରୁପରେ ବଣ୍ଟାଯାଇଛି । ପ୍ରତି ଗ୍ରୁପର ଟପ୍‌-୨ ଟିମ୍‌ ସୁପର-୮ରେ ଏଣ୍ଟ୍ରି କରିବ । ଏହାପରେ ୮ଟି ଟିମ ମଧ୍ୟରେ ୪-୪ କରି ୨ଟି ଗ୍ରୁପରେ ବଣ୍ଟାଯିବ । ଦୁଇଟି ଗ୍ରୁପର ଶୀର୍ଷ ଟିମ୍‌ ସେମିଫାଇନାଲରେ ଏଣ୍ଟ୍ରି କରିବ । ଦୁଇଟି ସେମିଫାଇନାଲରେ ଜିତିବା ଟିମ୍‌ ଫାଇନାଲ ମ୍ୟାଚ ଖେଳିବ ।

ଗ୍ରୁପ ଏ : ଭାରତ, ପାକିସ୍ତାନ, ଆୟରଲାଣ୍ଡ, କାନାଡା, ୟୁଏଏସ୍‌
ଗ୍ରୁପ ବି : ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ
ଗ୍ରୁପ ସି : ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ୟୁଗାଣ୍ଡା, ପାପୁଆ ନ୍ୟୁ ଗିନି
ଗ୍ରୁପ ଡି : ସାଉଥ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡସ, ନେପାଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.