ପିଲାଙ୍କ ଜିଦ୍‌ ପୂରା କରିବା ପାଇଁ ମୋବାଇଲ୍‌ ଫୋନ୍‌ ଦେଉଥିଲେ ସାବଧାନ, ଆଗକୁ ହୋଇପାରେ ବଡ଼ ସମସ୍ୟା

ପିଲାଙ୍କ ଜିଦ୍‌ ପୂରଣ କରିବା ପାଇଁ ଆପଣମାନେ କ’ଣ ନିଜ ପିଲାଙ୍କ ହାତରେ ମୋବାଇଲ୍ ଫୋନ୍ ଦେଉଛନ୍ତି କି ? ଯଦି ଆପଣମାନେ ମଧ୍ୟ ଏପରି କରୁଛନ୍ତି, ତାହେଲେ ସାବଧାନ ନଚେତ ଆଗକୁ ଯାଇ ବଡ ସମସ୍ୟା ହୋଇପାରେ ।

ଆପଣମାନେ ତ ଜାଣିଥିବେ ଯେ ପିଲାମାନେ ପ୍ରାୟତଃ ସବୁ ଜିନିଷ ପାଇଁ ବହୁତ ଜିଦ୍‌ କରିଥାନ୍ତି । ତେବେ ପିଲାଙ୍କ ଜିଦ୍‌ ପୂରଣ କରିବା ପାଇଁ ଆପଣମାନେ କ’ଣ ନିଜ ପିଲାଙ୍କ ହାତରେ ମୋବାଇଲ୍ ଫୋନ୍ ଦେଉଛନ୍ତି କି ? ଯଦି ଆପଣମାନେ ମଧ୍ୟ ଏପରି କରୁଛନ୍ତି, ତାହେଲେ ସାବଧାନ ନଚେତ ଆଗକୁ ଯାଇ ବଡ ସମସ୍ୟା ହୋଇପାରେ । କାରଣ ପିଲାମାନଙ୍କ ମୋବାଇଲକୁ ଦେଖିବାର ଅଭ୍ୟାସ ତାଙ୍କୁ ଅଳ୍ପ ବୟସରେ ମାୟୋପିୟା ପରି ବିପଜ୍ଜନକ ରୋଗର ଶିକାର କରିପାରେ । ଯାହା ପିଲାମାନଙ୍କର ଆଖି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଖାଇବା କିମ୍ବା କାନ୍ଦିବା ସମୟରେ ପିଲାମାନଙ୍କୁ ବୁଝେଇବା ପାଇଁ କେବେ ହେଲେ ମୋବାଇଲ୍‌ ଫୋନ୍‌ ଦିଅନ୍ତୁ ନାହିଁ ।

ମାୟୋପିୟା ଏକ ବିପଜ୍ଜନକ ରୋଗ :
ମାୟୋପିୟା ଏକ ଆଖି ସମସ୍ୟା ଯେଉଁଥି ପାଇଁ ଆପଣଙ୍କୁ ଦେଖିବାରେ ଅସୁବିଧା ହୋଇଥାଏ । ଏହାର ପ୍ରଭାବ ଯୋଗୁ ଆପଣଙ୍କୁ ଦୂରରେ ଥିବା ଜିନିଷ ଠିକ୍‌ ଭାବେ ଦେଖା ଯାଏ ନାହିଁ ଏବଂ ଏହା ସହ ଆପଣଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହୋଇପାରେ । ଏହି କାରଣରୁ ଆପଣଙ୍କୁ କୌଣସି ଜିନିଷ ଠିକ୍‌ ଭାବେ ଦେଖାଯାଏ ନାହିଁ । ତେବେ ଏହି ସମସ୍ୟା ଛୋଟ ପିଲାଙ୍କ ଠାରେ ଦେଖା ଯାଏ । ସୂଚନା ମୁତାବକ, କୁହାଯାଏ ଯେ ଏହି ସମସ୍ୟା ୧୫ ବର୍ଷ ବୟସ ପରେ ମଧ୍ୟ ଭଲ ହୋଇପାରେ ।

ମାୟୋପିୟା ଲକ୍ଷଣଗୁଡ଼ିକ କ’ଣ ?
ମାୟୋପିୟା ସମସ୍ୟାରେ ମୁଣ୍ଡବିନ୍ଧିବା, କିଛି ଦୂର ଜିନିଷ ଠିକ୍‌ ଭାବେ ଦେଖା ନଯିବା । ସେହିପରି ଭାବେ ପାଖ ଜିନିଷ ଅଧିକ ପାଖରେ ଦେଖା ଯିବା । ତେବେ କିଛି ଜିନିଷ ଦେଖିବା ପାଇଁ ଆଖିରେ ଜୋର ଲଗାଇବା । ଏପରି କିଛି ଜିନିଷ ଦେଖିବା ପାଇଁ ବାରମ୍ବାର ଆଖି ପଲକ ପଡିଯିବା । ତେବେ ଆଖି ଯନ୍ତ୍ରଣା ହେବା ସହ ଆଖି ଜଳିବାକୁ ମଧ୍ୟ ଲାଗିଥାଏ । ଏହି ମାୟୋପିୟା ସମସ୍ୟାର ଅନେକ ଲକ୍ଷଣ ରହିଥାଏ । ତେବେ କେବେ ଚିନ୍ତା କରିଛନ୍ତି କି ଏହି ସମସ୍ୟାକୁ କିପରି ଏଡାଇବେ ।

ମୋବାଇଲ ଫୋନ୍‌ର ସ୍କ୍ରିନ୍ ଟାଇମ୍‌ କମ୍‌ କରନ୍ତୁ :
ପିଲାମାନଙ୍କୁ ମାୟୋପିୟାରୁ ରକ୍ଷା କରିବା ପାଇଁ, ସେମାନଙ୍କୁ ମୋବାଇଲ୍, ଟିଭି, କମ୍ପ୍ୟୁଟର ଦେଖିବାରେ ରୋକିବା ଉଚିତ୍ । ଏହା ସହ ତାଙ୍କ ମୋବାଇଲ ଫୋନ୍‌ର ସ୍କ୍ରିନ୍ ଟାଇମ୍‌ କମ୍‌ କରନ୍ତୁ । ଯେପରି ତାଙ୍କ ମୋବାଇଲ୍‌ ବ୍ୟତୀତ ଅନ୍ୟ କୌଣସି କାମ କରାନ୍ତୁ । ଯାହାଫଳରେ ପିଲାମାନେ ମୋବଇଲ୍‌ ଫୋନ୍‌ରେ ଅଧିକ ସମୟ ବିତାଇବେ ନାହିଁ ।

ପିଲାମାନଙ୍କୁ ବାହାରକୁ ଖେଳିବାକୁ ପଠାନ୍ତୁ :
ପିଲାମାନେ ଘର ଭିତରେ ବସି ମୋବାଇଲ୍ ଫୋନରେ ଗେମ୍‌ ଖେଳନ୍ତି । ଏପରି ପରିସ୍ଥିତିରେ ତାଙ୍କୁ ସାଙ୍ଗମାନଙ୍କ ସହିତ ବାହାରେ ଖେଳିବାକୁ ପଠାନ୍ତୁ । ପିଲାମାନଙ୍କୁ ନିଜେ ଏକ ପାର୍କ କିମ୍ବା ଖୋଲା ସ୍ଥାନକୁ ନେଇଯାଆନ୍ତୁ । ଏପରି ଭାବେ ଆପଣ ପିଲାମାନଙ୍କୁ ଫୋନ୍‌ ଠାରୁ ଦୂରେଇ ରଖିବା ସହ ମାୟୋପିୟା ରୋଗର ଶିକାର ହେବାକୁ ରୋକି ପାରିବେ । ଏପରି ଭାବେ ଆପଣ ପିଲାମାନଙ୍କୁ ମୋବାଇଲ୍ ଗେମ୍‌ ଠାରୁ ଦୂରେଇ ରଖନ୍ତୁ ଏବଂ ତାଙ୍କୁ ଇନଡୋର ଗେମ୍‌ ପାଇଁ ବହାରକୁ ପଠାନ୍ତୁ । ତେବେ ପିଲାଙ୍କୁ ଏପରି ଗେମ୍‌ ଖେଳିବା ପାଇଁ ଦିଅନ୍ତୁ, ଯାହାକୁ ଖେଳିବା ଦ୍ୱାରା ପିଲାଙ୍କ ମନ ଭଲ ରହିବା ସହ ଯେପରି ପିଲାମାନେ ସେହି ଖେଳରୁ କିଛି ନୂଆ ଶିଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.