ଦଳିଦେଲା ଦନ୍ତା, ଯୁବକ ମୃତ

ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଚାଉଳିଆ ଗାଁର ବ୍ରହ୍ମାନନ୍ଦ ନାଏକ ।

ଢେଙ୍କାନାଳ (କେନ୍ୟୁଜ): ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଅଘଟଣ ଘଟିଛି । ମୃତ ଯୁବକ ଚାଉଳିଆ ଗାଁର ବ୍ରହ୍ମାନନ୍ଦ ନାଏକ । ଆଜି ସକାଳେ ବ୍ରହ୍ମାନନ୍ଦ ଧାନବିଲକୁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ ।

ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀଟି କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଘୁରିବୁଲୁଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଦନ୍ତାହାତୀଟିକୁ ଅନ୍ୟତ୍ର ଘଉଡାଇବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.