ବେଦୀ ଉପରେ ଫେରା ପାଇଁ ଛିଡ଼ା ହେଲାବେଳେ ବର ସହିତ କନିଆଁ କଲେ ଏମିତି କାମ , ସମସ୍ତେ ଲାଜରେ ହସିଦେଲେ ଦେଖନ୍ତୁ ଭିଡିଓ

ଲାଇଫରେ କିଛି ଦୁଷ୍ଟାମୀ ବହୁତ ପ୍ୟାରି ଲାଗିଥାଏ। ପ୍ରେମକୁ ମଜଭୁତ ରଖିବାକୁ ହେଲେ କିଛି ଦୁଷ୍ଟାମୀ ବହୁତ ଆବଶ୍ୟକ ହୋଇଥାଏ। କିଛି ଦୁଷ୍ଟାମୀ ପ୍ରେମକୁ ବଜାୟ ରଖିବାକୁ କରାଯାଏ। ଆଉ ଏହି ଦୁଷ୍ଟାମୀ ଜଣଙ୍କୁ ନୁହେଁ ସମସ୍ତଙ୍କୁ ହସାଇଥାଏ। ଏମିତି ହିଁ ଏକ ପ୍ରେମଭରା ଦୁଷ୍ଟାମୀ ଜଣେ କନିଆଁ ବେଦୀ ଉପରେ ବରଙ୍କ ସହିତ କରିଛନ୍ତି।

ଭିଡିଓରେ ଦେଖୁବାକୁ ମିଳୁଛି ଯେ ଗୁରୁଦ୍ୱାରରେ ବିବାହ ଚାଲୁଛି। ଏତିକିବେଳେ ଫେରା ସମୟ ଆସିଲା, ଆଉ ପଞ୍ଚାବୀ ପାଜି ଫେରା ନେବା ପାଇଁ ଉଠିଲେ ଆଉ ଆଗକୁ ଆଗକୁ ଚାଲିଲେ। ଠିକ ଏତିକିବେଳେ କନିଆଁ ଜଣଙ୍କ ବରଙ୍କୁ ପଛପଟକୁ ଟାଣିଆଣିଲେ। ତାହା ପୁଣି ଚିମୁଡିକି। ତାପରେ ବର ପାତ୍ର ଜଣଙ୍କ ଠିକ ଦିଗ ଆଡକୁ ଚାଲିଲେ। ତେବେ ଏହି ସମୟରେ କନିଆଁଙ୍କର ଏହି ଦୁଷ୍ଟାମୀରେ ବର ବି ସାମାନ୍ୟ ହସିଦେଲେ।

ଭିଡିଓ ବନାଉଥିବା ବ୍ୟକ୍ତି ମଧ୍ୟ ଆଉ ସମ୍ଭାଳି ପାରିଲେନି ହସିଦେଲେ। ସେଠାରେ ଉପସ୍ଥିତ ଥିବା ସବୁ ଲୋକ କନିଆଁଙ୍କର ଏହି କାରନାମା ଦେଖି ହସକୁ ରୋକି ପାରିଲେନି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଦେଖି ଜଣେ ୟୁଜର କହିଛନ୍ତି, ‘ତଲଓ୍ଵାର ଯାହା ହାତରେ ଥାଉ କାହିଁକି  boss ତ ସବୁବେଳେ ପତ୍ନୀ ହିଁ ହେବେ‌।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.