ଆମ ଭାରତରେ ଏମିତି ଅନେକ ରହସ୍ୟମୟ ଜିନିଷ ଅଛି, ଯାହାକୁ ବୈଜ୍ଞାନିକମାନେ ମଧ୍ୟ ଭେଦ୍ୟ କରିପାରି ନାହାନ୍ତି। ଆଜି ଆମେ ଆପଣଙ୍କୁ ତାଜମହଲର ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସରକାର ମଧ୍ୟ ସାଧାରଣ ଜନତାଙ୍କୁ କହିବାକୁ ଡରୁଛନ୍ତି। ଆମେ କହିବୁ ତାଜମହଲର ସେହି ଦ୍ୱାର ବା କବାଟ ବିଷୟରେ, ଯାହାକୁ ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି ସରକାର।
ଇତିହାସ ଅନୁସାରେ, ତାଜମହଲର ନିର୍ମାଣ ୧୬୩୧ ମସିହାରେ ଆରମ୍ଭ ହୋଇଥିଲା, ଯାହାକି ସମ୍ପୂର୍ଣ୍ଣ ହେବାକୁ ୪ ବର୍ଷ ସମୟ ଲାଗିଥିଲା ଅର୍ଥାତ ୧୬୫୩ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ମୋଗଲ ସମ୍ରାଟ ଶାହଜାହାନ ତାଙ୍କ ପତ୍ନୀ ମୁମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଇଥିଲେ। ତେବେ ଏହାର ନିର୍ମାଣ କାରିଗରୀ ଏତେ ଆକର୍ଷଣୀୟ ଯେ ଏହାକୁ ଆଜି ବି ଏକ ମହାନ ନମୁନା କୁହାଯାଇଥାଏ।
ଗବେଷକମାନେ ଏହା ଉପରେ ଅନେକ ଗବେଷଣା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ତାଜମହଲ ତଳେ ହଜାରରୁ ବି ଅଧିକ କୋଠରୀ ରହିଛି। ତାଜମହଲ ଭୂମି ଉପରେ ଯେତିକି, ଭୂମି ତଳେ ମଧ୍ୟ ସେତିକି ନିର୍ମାଣ କରାଯାଇଛି। ସେହି ସମୟରେ ଯେଉଁ ବି କିଲ୍ଲା ନିର୍ମାଣ କରାଯାଉଥିଲା, ବାହାରକୁ ବାହାରିବାର ରାସ୍ତା ମଧ୍ୟ ତିଆରି କରାଯାଉଥିଲା। ଏହିଭଳି ତାଜମହଲ ଭିତରେ ମଧ୍ୟ ରହିଛି। ଏହା ତଳେ ଏକ ରାସ୍ତା ରହିଛି, ଯାହାକି କିଛି ଦୂର ପର୍ଯ୍ୟନ୍ତ ବାହାରକୁ ଲମ୍ବିଛି। କିନ୍ତୁ ଭୂଗର୍ଭସ୍ଥ ପ୍ରକୋଷ୍ଠ ଭଳି ଏହାକୁ ଶାହଜାହାନଙ୍କ ସମୟରୁ ହିଁ ବନ୍ଦ କରିଦିଆଯାଇଛି।
ତଳେ ଥିବା ପ୍ରକୋଷ୍ଠଗୁଡ଼ିକୁ ଇଟା ଦ୍ୱାରା ବନ୍ଦ କରିଦିଆଯାଇଛି। ଗବେଷକଙ୍କ କହିବା ହେଲା, ତାଜମହଲ ନିର୍ମାଣ ପରେ ଏହି ଇଟାଗୁଡ଼ିକୁ ତିଆରି କରାଯାଇଥିଲା। ଅର୍ଥାତ ପ୍ରକୋଷ୍ଠ ନିର୍ମାଣ ହେବା ପରେ ତାହାକୁ ଇଟା ଦ୍ୱାରା ଢ଼ାଙ୍କି ଦିଆଯାଇଛି। ତେବେ ଏହାକୁ ଖୋଲିବାର ଅଧିକାର କେବଳ ସରକାରଙ୍କ ପାଖରେ ଅଛି। ବୋଧହୁଏ ଏହି ଦ୍ୱାର ସେପଟେ ବହୁତ ବଡ଼ ଧନକୋଷ ଥାଇପାରେ। ପ୍ରତ୍ନତତ୍ତ୍ୱବିଦଙ୍କ କହିବା ଅନୁଯାୟୀ, ଏହି ଦ୍ୱାର ପଛରେ ଐତିହାସିକ ଦସ୍ତାବିଜ ମଧ୍ୟ ରହିଥାଇପାରେ।