Below header

କେବଳ ଅନ୍ତରୀକ୍ଷରୁ ହିଁ ଦେଖିପାରିବେ ବିଜୁଳି ଚମକିବାର ଏହି ଅଦ୍ଭୁତ ଦୃଶ୍ୟ, ଦେଖନ୍ତୁ ଭିଡିଓ 

ମହାକାଶଚାରୀ Bob Behnken ସୋସିଆଲ ମିଡ଼ିଆରେ ଅନ୍ତରୀକ୍ଷରୁ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । କିଛିଦିନ ତଳେ ସେ ଅନ୍ତରୀକ୍ଷର ଦୁଇଟି ଫଟୋ ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ ଆମ ଗ୍ରହର ସବୁଠାରୁ ସୁନ୍ଦର ଫଟୋ ଯେଉଁଥିରେ ଦିନ ଏବଂ ରାତି ମଧ୍ୟରେ ଥିବା ସୀମାକୁ ଅତି ସୁନ୍ଦର ଭାବେ ଆପଣ ଦେଖିପାରୁଥିବେ । ” ତେବେ ବର୍ତ୍ତମାନ ସେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଆପଣ ବିଜୁଳି ଚମକୁଥିବାର ସେହି ଅଦ୍ଭୁତ ଦୃଶ୍ୟକୁ ଦେଖିପାରିବେ ଯାହାକୁ କେବଳ ସ୍ପେସରୁ ଦେଖିବା ହିଁ ସମ୍ଭବ । କାରଣ ପୃଥିବୀରୁ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଭାବେ ଅଲଗା ଦେଖାଯାଇଥାଏ ।


ଏହି 9 ସେକେଣ୍ଡର ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସୂଚନା ଅନୁଯାୟୀ ଏହି ଭିଡିଓ ପୃଥିବୀରୁ 400 କିଲୋମିଟର ଉପରୁ ଏହି ଫଟୋଟି ନିଆଯାଇଛି । ଯେଉଁଥିରେ ଆପଣ ଅନ୍ଧାରରେ ଭରା ଘନ ବାଦଲ ମଧ୍ୟରେ ଚମକୁଥିବା ବିଜୁଳୀକୁ ଦେଖିପାରିବେ । ମହାକାଶଚାରୀ Robert L. Behnke ସ୍ପେସ ଏକ୍ସ ମିଶନ ପାଇଁ 30 ମେ 2020ରେ ଲଞ୍ଚ ହୋଇଥିବା ସେୟାର କମାଣ୍ଡର ଅପରେସନ ପାଇଁ ଅନ୍ତରୀକ୍ଷରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.