ସୁନ୍ଦରଗଡ଼ କରୋନା ପଜିଟିଭ ସଂଖ୍ୟାକୁ ନେଇ ଉଠିଲା ବିବାଦ, ପୁନଃ ପରୀକ୍ଷା ପାଇଁ ପଠାଗଲା ୪୬ ଜଣଙ୍କ ରିପୋର୍ଟ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲାରେ ୫୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସୂଚନା ଦିଆଯାଇଥିଲା । ହେଲେ ଏହାକୁ ଉଠିଛି ନ୍ଦ୍ୱନ୍ଦ୍ୱ । ସେଥିମଧ୍ୟରୁ ୪୬ ଜଣଙ୍କ ମାମଲା ପୁଣି ସ୍ପଷ୍ଟ କରିବାକୁ ପଠାଯାଇଛି । ଆଜି ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରୋନା ପଜିଟିଭ ତାଲିକା ଦିଆଯାଇଥିଲା । ରାଜ୍ୟରେ ୧୫୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ତାଲିକାରେ ସୁନ୍ଦରଗଡ଼ରେ ୫୬ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା । କିନ୍ତୁ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଟୁଇଟ କରି କହିଲେ ଯେ, ୫୬ ମଧ୍ୟରୁ ୪୬ ଜଣଙ୍କ ମାମଲା ସ୍ପଷ୍ଟ କରିବାକୁ ପୁଣି ଥରେ ଟେଷ୍ଟିଙ୍ଗ ପଠାଯାଇଛି ।

ଏମାନେ ପ୍ରକୃତରେ ଆକ୍ରାନ୍ତ କି ନୁହେଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଛି । ଏହାସହ ଜିଲ୍ଲାପାଳ ୧୦ ଜଣ ପଜିଟିଭଙ୍କ ତାଲିକା ଦେଖାଇଥିଲେ । ଏହା କେମିତି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଭୁଲରେ ତାଲିକା ଏମିତି ଆସିଲା କି ? ଜିଲ୍ଲାପାଳ ଓ ସୂଚନା ଓ ଲୋକସମ୍ପର୍କ ବିଭାଗଙ୍କ ମତରେ ବି ସମାନତା ରହୁନି । ଦୁହେଁ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବିଭାଗ ନିଜ ଉପରୁ ଦୋଷ ଉତାରିବାକୁ ଚେଷ୍ଟା କରୁଥିବା ବେଳେ ସୁନ୍ଦରଗଡ ପ୍ରଶାସନବି ଭୁଲ ସ୍ୱୀକାର କରିବାକୁ ରାଜି ନୁହନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.