Below header

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ଆରମ୍ଭ, ଘୋଷଣା କଲେ ଆଇପିଏଲ୍‌ ଚେୟାରମ୍ୟାନ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ହେବ ଆଇପିଏଲ୍‌ ମ୍ୟାଚ। ଆଇପିଏଲ୍ର ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୧୯ ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ବିସିସିଆଇ ୫୧ ଦିନ ମଧ୍ୟରେ ଆଇପିଏଲ୍-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଏହି ସମ୍ଭାବ୍ୟ ତାରିଖରେ ଆନୁଷ୍ଠାନିକ ମୋହର ଲାଗିଲେ , ଚଳିତ ବର୍ଷ ଆଇପିଏଲ୍ ୫୧ ଦିନ ପର୍ଯ୍ୟନ୍ତ ଖେଳାଯିବ। ସେଥି ମଧ୍ୟରେ ୬୦ଟି ମ୍ୟାଚ୍ ଆୟୋଜିତ ହେବ।

ସୂଚନା ଅନୁଯାୟୀ, ଶୁକ୍ରବାର ବସିଥିବା ବିସିସିଆଇର ସର୍ବୋଚ୍ଚ ପରିଚାଳନା ପରିଷଦ ବୈଠକରେ ଆଲୋଚନା ହୋଇଛି। ବିସିସିଆଇ ପ୍ରାରମ୍ଭିକ ଯୋଜନା କରିଥିବା ବେଳେ, ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢୁଥିବାରୁ ୟୁଏଇରେ ଆଇପିଏଲ୍ ୨୦୨୦ ହେବା ନେଇ ଯୋଜନା ହୋଇଛି। ୟୁଏଇ ସରକାର ଏହି ଆଇପିଏଲ୍ ୨୦୨୦ ଆୟୋଜନ କରିବା ପାଇଁ ଆମନ୍ତ୍ରଣ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.