Below header

୬୧ ବର୍ଷ ହେଲାଣି ଶୋଇନି, ତଥାପି ମୁଁ ବଞ୍ଚିଛି! ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ

ଆମକୁ ଯଦି ଦିନଟେ ବି ଭଲ ଭାବେ ନିଦ ନହୁଏ ଆମକୁ ଭଲ ଲାଗେନାହିଁ , ଏହା ସହିତ ଅନେକ ଶାରୀରିକ ସମସ୍ୟା ଦେଖାଯାଏ । ହେଲେ ଜଣେ ମଣିଷ ବର୍ଷେ କି ୨ ବର୍ଷ ନୁହେଁ ଦୀର୍ଘ ୬୧ ବର୍ଷ ହେଲାଣି ଶୋଇନାହାଁନ୍ତି । ଏକଥା ଶୁଣିଲେ ବିଶ୍ୱାସ ନଲାଗୁଥିଲେ ବି ଏହା ସତ ।

୮୦ ବର୍ଷିୟ ଥାଇ ଏନଜୋକ। ଯିଏ କି ଗତ ୬୧ ବର୍ଷ ହେଲାଣି ଶୋଇ ନାହାନ୍ତି। ତାଙ୍କ ଆଖିରୁ କୁଆଡେ ନିଦ ହଜିଯାଇଛି । ଶୋଇବାକୁ ତ ଚାହୁଁଛନ୍ତି ହେଲେ ଶୋଇପାରୁନାହାନ୍ତି। ଥାଇ ଏନଜୋକଙ୍କ କହିବା କଥା ୧୯୬୨ ଠାରୁ ତାଙ୍କ ଆଖିରୁ ନିଦ ସବୁଦିନ ପାଇଁ ହଜିଯାଇଛି । ଏପଟେ ତାଙ୍କ ସ୍ତ୍ରୀ କି ପିଲାମାନେ ତାଙ୍କୁ କେବେ ଶୋଇବାର ଦେଖିନଥବା କହିଛନ୍ତି । ହେଲେ ଏଥି ପାଇଁ ସେ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ।

ଭିଏତନାମର ଥାଇ ଏନଜୋକ୍ ନାମକ ଏହି ବ୍ୟକ୍ତି ବିଶ୍ରାମ ନେବାକୁ ଖଟ ଉପରକୁ ଗଲେ ବି ସେମିତି ଆଖି ଖୋଲି ପଡିଥାନ୍ତି । ଫେମସ୍ ୟୁଟ୍ୟୁବର ଡ୍ରିୟୁ ବିନସ୍କି ଙ୍କ ସହ ତାଙ୍କର ସାକ୍ଷାତକାର ଆସିବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସୋସିଆଲ ମିଡିଆରେ କିନ୍ତୁ ଏଥିପାଇଁ ସେ ପୂର୍ବରୁ ପରିଚିତ ।

ସୂଚନା ଅନୁସାରେ, ଛୋଟବେଳେ ଦିନେ ରାତିରେ ତାଙ୍କୁ ଭୀଷଣ ଜ୍ୱର ଆସିଲା । ଜ୍ୱର ଯୋଗୁଁ ସେ ଯେତେ ଚେଷ୍ଟା କଲେ ବି ଶୋଇପାରିଲେ ନାହିଁ । ବାସ୍ ସେହିଦିନଠୁ ତାଙ୍କ ଆଖିରୁ ନିଦ ଗାୟବ ହୋଇଗଲା। ଯେତେ ଚେଷ୍ଟା କଲେ ବି ସେ ଆଉ ଶୋଇ ପାରୁନାହାଁନ୍ତି । ତାଙ୍କର ଭାରି ଇଚ୍ଛା ସେ ଅନ୍ୟ ମାନଙ୍କ ଭଳି ଟିକେ ଗଭୀର ନିଦ୍ରାରେ ଶୋଇବେ, ହେଲେ ତାଙ୍କ ପକ୍ଷରେ ଏହା ସମ୍ଭବ ହେଉନାହିଁ । ବିଶେଷଜ୍ଞମାନେ ଏହା ଉପରେ ବହୁ ପରୀକ୍ଷା କରିସାରିଛନ୍ତି । ହେଲେ ଏହାର କାରଣ କେହି କହିପାରିନାହାଁନ୍ତି ।

ଏହି ରୋଗକୁ ଇନସୋମ୍ନିଆ ଡିସଅର୍ଡର ବୋଲି ଏକ୍ସପର୍ଟମାନେ କହୁଥିବାବେଳେ ଏହା ଶରୀରିକ ଉପରେ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଥାଇଙ୍କ କ୍ଷେତ୍ରରେ ଏହା ବ୍ଯତିକ୍ରମ ଘଟିଛି। ନିଦ ନହେଲେ ବି ଅନ୍ୟମାନଙ୍କ ଭଳି ଥାଇ ସ୍ୱଭାବିକ ଜୀବନ ବିତାଉଛନ୍ତି । ବରଂ ୮୦ ବର୍ଷ ବୟସରେ ବି ଅନ୍ୟମାନଭ୍କ ଭଳି ଭଲଭାବେ ବୁଲାିବା , ଘର କାମ କରିବା, ଜମିରେ କାମ କରିବା ସବୁକିଛି କରୁଛନ୍ତି ।

ସେ ସବୁଦିନ ବିଛଣାକୁ ଶୋଇବାକୁ ଯାଆନ୍ତି , ହେଲେ ଆଖି ଖୋଲି ଶୋଇଥାନ୍ତି କରିବାକୁ ଗଲେ ଖଟ ଉପରେ ନାକୁ ମାତ୍ର ସେତିକି ପଡିଥାନ୍ତି । ଏହି କଥାର ସତ ଜାଣିପାକୁ ଅନେକ ତାଙ୍କ ସାଙ୍ଗରେ ରାତି ମଧ୍ୟ କାଟିଛନ୍ତି, ଆଉ ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଫେରିଯାଇଛନ୍ତି । ତେବ ଏହା ପଛର କାରଣ କଣ, ଏକଥା ସଭିଏଁ ଜାଣିବାକୁ ଚାହୁଁଥିଲେ ବି ଆଜିଯାଏଁ କୌଣସି କାରଣ ଜାଣିବାରେ ସବୁ ବିଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.