ଦିଲ୍ଲୀ ମଦ ଘୋଟାଲାରେ ଗିରଫ କଲେ YSRCP ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବ

ଦିଲ୍ଲୀ ମଦ ଘୋଟାଲାରେYSRCP ସାଂସଦଙ୍କ ପୁଅ ମଙ୍ଗୁଟା ରାଘବଙ୍କୁ ଗିରଫ କରିଛି ଇଡିତ । ଏହି ମାମଲାରେ ୫ ଜଣ ଲୋକ ସହିତ ୭ଟି କମ୍ପାନୀ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଇଡି ।

ଦିଲ୍ଲୀ ମଦ ଘୋଟାଲା ମାମଲାରେ ଓ୍ଵାଇଏସଆରସିପି ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବକୁ ଗିରଫ କରିଛି ଇଡି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ଭେଟିଥିଲେ ବୋଲି ଇଡି କହିଛି । ଏହା ପୂର୍ବରୁ ଏହି ମାମଲାରେ ସିବିଆଇ ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ କେସିଆରଙ୍କ ଝିଅର ପୂର୍ବତନ ଅଡିଟର ବୁଚିବାବୁ ଗୌରଣ୍ଟାଲାଙ୍କୁ ଗିରଫ କରାଯାଇଛି ।

ସେପ୍ଟେମ୍ବର ମାସରେ ଇଡି ଚେନ୍ନାଇର ଟି. ନଗରସ୍ଥିତ ଗୋଟେ ଅଡିଟ୍ ଫାର୍ମରେ ଚଢ଼ଉ କରିଥିଲା। ଆଉ ସେହି ଫାର୍ମରେ ୱାଇଏସ୍ଆର୍ସିପିର ସାଂସଦ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ସହିତ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ମାମଲାରେ ସିବିଆଇ ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ କେସିଆରଙ୍କ ଝିଅର ପୂର୍ବତନ ଅଡିଟର ବୁଚିବାବୁ ଗୌରଣ୍ଟାଲାଙ୍କୁ ଗିରଫ କରାଯାଇଛି । ଡିସେମ୍ବର ୧୨ ତାରିଖ ଦିନ ସିବିଆଇ ଟିମ୍ ହାଇଦ୍ରାବାଦରେ କେ. କବିତାଙ୍କୁ ୭ ଘଣ୍ଟା ଜେରା କରିଥିଲା। ମଦ ନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ସାଉଥ୍ କାର୍ଟେଲ୍ର ଅଂଶୀଦାର ଥିବା କେ. କବିତା ଉପକୃତ ହୋଇଥିଲେ ବୋଲି ସିବିଆଇ କହିଥିଲା। ଏବେ ସୁଦ୍ଧା ଏହି ମାମଲାରେ ଇଡି ଦୁଇଟି ଚାର୍ଜସିଟ୍ ଦାଖଲ କରି ସମୁଦାୟ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହାଛଡା ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଫସିଥିଲେ ।