ଇତିହାସର ଏମିତି ଜଣେ ଚର୍ଚ୍ଚିତ ସିରିଏଲ କିଲର, ଯିଏ ନିଜ ରୁମାଲରେ କରିଦେଇଥିଲେ ୯୦୦ରୁ ଅଧିକ ହତ୍ୟା

ବିଶ୍ୱରେ ଏମିତି କିଛି ସିରିଏଲ କିଲରଙ୍କ ଲିଷ୍ଟ ରହିଛି ଯେଉଁ ମାନଙ୍କ ନାଁ ରହିଛି ଯେଉଁ ମାନଙ୍କ କଥା ଶୁଣିଲେ ମନରେ କେମିତି ଏକ ଅଜବ ଭୟ ସୃଷ୍ଟି ହୁଏ । ମନେ ହୁଏ ମୃତ୍ୟୁ ସତେ ଯେମିତି ପାଖେଇ ଆସୁଛି । ସିରିଏଲ କିଲର ଏମିତି ଏକ ଶବ୍ଦ ଯାହାକୁ ଶୁଣିବା କ୍ଷଣି ହିଁ ମନରେ ଏକ ଭୟଙ୍କର କୋକୁଆ ଭୟ ସୃଷ୍ଟି ହୋଇଯାଏ । କିଛି ବର୍ଷ ତଳେ ଏମିତି ଜଣେ କିଲର ଥିଲେ ଯିଏ ମର୍ଡର କରିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ତାଙ୍କ ନାଁ ହେଉଛି “ଠଗ ବେହରାମ” । ବେହରାମଙ୍କୁ କିଙ୍ଗ ଅଫ ଠଗ ନାଁରେ ବି ଜଣାଯାଏ । ୧୭୯୦ରୁ ୧୮୪୦ ପର୍ଯ୍ୟନ୍ତ କୁଖ୍ୟାତି ଲାଭ କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଇଂରେଜ ମାନେ ବି ଡରୁଥିଲେ । କେବଳ ଲୁଟ ଉଦ୍ଦେଶ୍ୟରେ ହିଁ ସେ ସାଧାରଣ ଲୋକଙ୍କୁ ନିଜ ଶିକାର ବନାଉଥିଲେ । ଭିନ୍ନ ଅନ୍ଦାଜରେ ଗଳା କାଟି ଲୋକଙ୍କ ହତ୍ୟା କରୁଥିଲେ ଏହି ହତ୍ୟାକାରୀ ଜଣଙ୍କ ।

seriel killer

ଏମିତି ବି କୁହାଯାଏ, ବେହାରାମ ଯେଉଁ ବାଟ ଦେଇ ଯାଉଥିଲେ, ସେଠି ଶବ ମାନଙ୍କ ଲାଇନ ଲାଗି ଯାଉଥିଲା । ବେଶ ବଦଳାଇ ସେ ପର୍ଯ୍ୟଟକଙ୍କ ସହ ମିଶି ଯାଉଥିଲେ ଆଉ ମୌକା ମିଳିବା କ୍ଷଣି ସେମାନଙ୍କ ହତ୍ୟା କରି ଲୁଟି ନେଉଥିଲେ । ଜଣେ ବ୍ରିଟିସରଙ୍କ ଅନୁଯାୟୀ, ବେହରାମ ନିଜ ଜୀବନ କାଳ ଭିତରେ ୯୩୧ ଜଣଙ୍କ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ଏତେ ସଂଖ୍ୟକ ହତ୍ୟା କରିଥିବା ନେଇ ସେ ନିଜେ ସ୍ୱୀକାର ବି କରିଛନ୍ତି । ସବୁବେଳେ ନିଜ ସହ ରୁମାଲ୍ ଖଣ୍ଡେ ରଖନ୍ତି | ଆଉ ସେହି ରୁମଲରେ ହିଁ ଗଳା କାଟି ହତ୍ୟା କରନ୍ତି । ପ୍ରାୟ 900ରୁ ଅଧିକ ଜଣଙ୍କର ହତ୍ୟା ଏହି ରୁମାଲରେ ହିଁ କରିଥିଲେ ସେ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କାରଣରୁ ତାଙ୍କ ନାଁ “ଗିନିଜ ବୁକ ଅଫ ରେକର୍ଡ”ରେ ବି ସ୍ଥାନ ପାଇଛି ।

ବେହାରାମ ଏମିତି ଜଣେ ଅପରାଧୀ ଯାହାଙ୍କୁ ଦିଲ୍ଲୀରୁ ଆରମ୍ଭ କରି ଗୁଆଲିୟର, ଜବଲପୁର ପର୍ଯ୍ୟନ୍ତ ବେପାରୀ, ପର୍ଯ୍ୟଟକ, ସୈନିକ, ତୀର୍ଥଯାତ୍ରୀ ମାନେ ଭୟ କରୁଥିଲେ । ଭୟରେ ରାସ୍ତାରେ ଯିବା ଆସିବା ବି କରୁନଥିଲେ । ଏମିତି ତରିକାରେ ସେ ଲୋକଙ୍କ ଜୀବନ ନେଉଥିଲେଯେ ସେମାନଙ୍କ ଶବ ବି ପୋଲିସକୁ ମିଳୁନଥିଲା । ୧୮୦୯ ମସିହାରେ ଜଣେ ଇଂରେଜ ଅଫିସର କ୍ୟାପଟେନ ସ୍ଲୀମେନଙ୍କୁ ଦାୟିତ୍ୱ ଦିଆଯାଇଥିଲା ନିଖୋଜ ହୋଇଯାଇଥିବା ଲୋକଙ୍କ ପଟ୍ଟା ଲଗାଇବା ପାଇଁ । ଦୀର୍ଘ ୧୦ ବର୍ଷ ପରେ ସ୍ଲୀମେନଙ୍କୁ ଏହି କାମରେ ସଫଳତା ମିଳିବା ପରେ ବେହରାମଙ୍କୁ ଗିରଫ କରାଯାଇଥିଲା । ଆଉ ତାଙ୍କୁ ୧୮୪୦ ରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.