Below header

ବିରାଟ କୋହଲି ୱାର୍କଆଉଟ କରୁଥିବା ଭିଡିଓ ଭାଇରଲ, ଜାଣନ୍ତୁ କ’ଣ ରହିଛି ଖାସ୍ କଥା

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଫିଟ୍ ଖେଳାଳିଙ୍କ ମଧ୍ୟରେ ଅନ୍ଯତମ। ୱାର୍କଆଉଟ ଏବଂ ସଠିକ୍ ଖାଦ୍ଯପେୟ ଯୋଗୁଁ ଏଭଳି ଫିଟ୍ ରହିଛନ୍ତି ବିରାଟ। ବିରାଟ କୋହଲି ୱାର୍କଆଉଟ କରୁଥିବା ଏକ ଭିଡିଓ ଏବଂ ଫଟୋ ସବୁବେଳେ ଭାଇରଲ ହୋଇଥାଏ। ଆଉ କ୍ରିକେଟରଙ୍କ ୱାର୍କଆଉଟ ଭିଡିଓ ଭାଇରଲ ହେବା କିଛି ନୂଆ କଥା ମଧ୍ୟ ନୁହେଁ। ସେମାନଙ୍କର ୱାର୍କଆଉଟ ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ଏମିତି ଏକ ଭିଡିଓ ଏବେ ୱାର୍କଆଉଟ୍ କରୁଥିବା ସାମ୍ନାକୁ ଆସିଛି। ଏହି ଭିଡିଓକୁ ନିଜେ ବିରାଟ କୋହଲି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

ବିରାଟ ଏହି ଭିଡିଓରେ ସାଇକେଲିଂ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି, ‘ କ୍ବାରେଣ୍ଟାଇନ ସମୟରେ ପ୍ରୋଫେକ ମ୍ଯୁଜିକ ଏବଂ ଜିମ୍ ଜିନିଷ ଦରକାର ନାହିଁ। କାମ କୌଣସି ସ୍ଥାନରେ ମଧ୍ୟ ହୋଇପାରିବ ଯଦି କରିବାକୁ ଇଚ୍ଛା ଥିବ।’

 

View this post on Instagram

 

A post shared by Virat Kohli (@virat.kohli)

ସୂଚନାଯୋଗ୍ଯ, ନିକଟରେ ବିରାଟଙ୍କର ଏକ ଝିଅ ହୋଇଛି। ଆଉ ଏବେ ଜଣେ ବାପାର ଦାୟିତ୍ବ ସହିତ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜର ଦାୟିତ୍ବ ମଧ୍ୟ ନେବେ ବିରାଟ। ଖେଳ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ବିରାଟ ଆଇସିସି ଦିନିକିଆ ବ୍ଯାଟ୍ସମ୍ଯାନ ରାକିଂରେ ପ୍ରଥମ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.