Below header

କୁମ୍ଭକର୍ଣ୍ଣ ଗାଁ : ଯେଉଁ ଠାରେ ଲୋକମାନେ ମାସ ମାସ ଧରି ଶୋଇଥାନ୍ତି

ଦୁନିଆରେ ଭିନ୍ନଭିନ୍ନ ପ୍ରକାରର ସ୍ଥାନ ଅଛି ଯିଏ ନିଜର ଭିନ୍ନ ବିଶେଷତ୍ବ ପାଇଁ ପ୍ରସିଦ୍ଧ । ଆପଣଙ୍କୁ ଜାଣିକି ଆଶ୍ଚର୍ୟ୍ୟ ଲାଗିବ କି’ ଏମିତି ଏକ ସ୍ଥାନ ଅଛି ଯେଉଁ ଠାରେ ଲୋକମାନେ ମାସ ମାସ ଧରି ଶୋଇ ଥାଆନ୍ତି । ନିଜର ଏହି ଅଲଗା ପ୍ରକାରର ଖାସ କଥା ପାଇଁ ଏହି ଛୋଟ ଗାଁ ଟି ପୂରା ବିଶ୍ବରେ ପ୍ରସିଦ୍ଧ । ଆପଣଙ୍କୁ କହି ରଖୁଛୁ କି’ ଦୁନିଆର ୯ତମ ସବୁଠାରୁ ବଡ ଦେଶ କାଜାକିସ୍ତାନ ଠାରେ ଏକ ଛୋଟ ଗାଁ ହେଉଛି କଚାଲି । ଏହି ଗାଁରେ ୨୦୧୦ ମସିହାରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ଏହି ଛୋଟ ଗାଁଟି ପୂରା ଦୁନିଆରେ ଚର୍ଚ୍ଚିତ ହୋଇଯାଇଥିଲା ।

 

ଅପଣଙ୍କୁ ଜାଣିକି ଆଶ୍ଚର୍ୟ୍ୟ ଲାଗିବ ଏହି ଗାଁର ଲୋକମାନଙ୍କୁ ଅଚାନକ୍ ଗଭୀର ନିଦ ଆସିଯାଇଥିଲା ସେ ପୁଣି ୧ କି ୨ ଦିନ ପାଇଁ ନୁହେଁ ପୂରାପୂରି ମାସ ମସା ଧରି ଶୋଇଥାନ୍ତି । ଯେତେବେଳେ ଲମ୍ବା ସମୟ ପାଇଁ ଏଠିକାର ଲୋକ ଶୋଇଯାଇଥାନ୍ତି ସେତେବେଳେ ଏଠିକାର ଇଲାକା ପୂରା ଖାଁ ଖାଁ ଲାଗିଥାଏ । ଯେବେ ବୈଜ୍ଞାନିକ ଏବଂ ଡାକ୍ତର ମାନେ ଏହାର କାରଣ ଜାଣିବା ପାଇଁ ଚେଷ୍ଟା କଲେ ସେତେବେଳେ ସେମାନଙ୍କୁ ଏହାର କୌଣସି ସଠିକ୍ କାରଣ ମିଳିଲା ନାହିଁ । ବଂର ସେମାନଙ୍କର ଚିନ୍ତାଧାର ଅନୁସାରେ ଏହି ଗାଁର ପରିବେଶ ଏବଂ ପାଗ ପାଇଁ ଏଠିକାର ଲୋକମାନେ ଏପରି ଗାଢ ନିଦରେ ଶୋଇଥାନ୍ତି ।

ଯେବେ ପବନରେ ର୍କାବୋ-ମନୋକ୍ସସାଇଡର ମାତ୍ରା ଅଧିକ ହୋଇଥାଏ ସେତେବେଳେ ଏଠିକାର ଲୋକମାନେ ଗାଢ ନିଦକୁ ଚାଲିଯାଇଥାନ୍ତି କିନ୍ତୁ ଏହି ପ୍ରଭାବ ଏଠିକାର କୌଣସି ଜୀବଜନ୍ତୁଙ୍କ ଉପରେ ପଡି ନଥାଏ । ଏହା ଜାଣିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଛନ୍ତି । ନିଜର ଏହି ବିଶେଷତ୍ବ ପାଇଁ ଗାଁ ଟି ପର୍ୟ୍ୟଟକଙ୍କର କେନ୍ଦ୍ର ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.