ଇଲେକ୍ଟ୍ରି କି ବ୍ୟାଟେରୀ ନୁହଁ ଲୁଣ ପାଣିରେ ଜଳୁଛି ଏହି ଓ୍ଵାଟର ଲାଇଟ

ଏହା ଏକ ପୋର୍ଟେବଲ ଡିଭାଇସ ଯେଉଁଥିରେ ଅଧା ଲିଟର ପାଣି ଆବଶ୍ୟକ ହୋଇଥାଏ ଏବଂ ଏହା ଦ୍ୱାରା ହିଁ ଏହି ଲାଇଟ ଜଳିଥାଏ । ଏହି ଲାଇଟ ୪୫ ଦିନ ପର୍ଯ୍ୟନ୍ତ ଜଳିବା ଭଳି ବ୍ୟବସ୍ଥା କରାଯାଇଛି । ଅର୍ଥାତ ବିଜୁଳି ନଥିଲେ ମଧ୍ୟ ଏହା ୪୫ ଦିନ ପର୍ଯ୍ୟନ୍ତ ଘରେ ଆଲୋକ ଦେଇଥାଏ ।

ଆଲୋକ ବିନା କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ । କିନ୍ତୁ ଅନେକ ଗାଁ ଏପରି ଅଛି ଯେଉଁଠାରେ ବିଦ୍ୟୁତ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ । ତେବେ ଏଭଳି ସମସ୍ୟାରୁ ବଞ୍ଚିବା ପାଇଁ କୋଲୋମ୍ବିଆଇ ଷ୍ଟାର୍ଟ ଅପ –ଇ- ଡିନା କମ୍ପାନୀ ଏଭଳି ଏକ ଟେକନିକ ବାହାର କରିଛି ଯାହା ଦ୍ୱାରା ପାଣିକୁ ଏନର୍ଜିରେ ପରିବର୍ତ୍ତନ କରାଯାଇ ପାରିବ ଏବଂ ଏହାର ବ୍ୟବହାର ଲାଇଟ ଜଳାଇବାରେ ସାହାଯ୍ୟ କରିବ । କମ୍ପାନୀ ଓ୍ଵାଟର ଲାଇଟ ପ୍ରସ୍ତୁତ କରିଛି, ଯାହା ପ୍ରକୃତରେ ଏକ ଲ୍ୟାମ୍ପ । ଏକ ଭିନ୍ନ ଶୈଲୀରେ ଏହି ଲ୍ୟାମ୍ପ ଜେନେରେଟ ହୋଇଥାଏ ।

ଏହା ଏକ ପୋର୍ଟେବଲ ଡିଭାଇସ ଯେଉଁଥିରେ ଅଧା ଲିଟର ପାଣି ଆବଶ୍ୟକ ହୋଇଥାଏ ଏବଂ ଏହା ଦ୍ୱାରା ହିଁ ଏହି ଲାଇଟ ଜଳିଥାଏ । ଏହି ଲାଇଟ ୪୫ ଦିନ ପର୍ଯ୍ୟନ୍ତ ଜଳିବା ଭଳି ବ୍ୟବସ୍ଥା କରାଯାଇଛି । ଅର୍ଥାତ ବିଜୁଳି ନଥିଲେ ମଧ୍ୟ ଏହା ୪୫ ଦିନ ପର୍ଯ୍ୟନ୍ତ ଘରେ ଆଲୋକ ଦେଇଥାଏ । ସମୁଦ୍ର ପାଣି ଏହା ପାଇଁ ପର୍ଯ୍ୟାପ୍ତ ହୋଇଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ୟୁରିନ ଦ୍ୱାରା ଏହାକୁ ବ୍ୟବହାର କରିହେବ । ସୋଲାର ଲ୍ୟାମ୍ପ ଠାରୁ ଏହା ଅଧିକ ସୁବିଧାଦାୟକ କାରଣ ଆପଣ ଏହାକୁ ଦିନ କିମ୍ବା ରାତି ବିଷୟରେ ଚିନ୍ତା ନକରି ବ୍ୟବହାର କରି ପାରିବେ ।

ଏହି ଓ୍ଵାଟରଲାଇଟ ଆୟନିକରଣ ନାମକ ଏକ ରାସାୟନିକ ପ୍ରକିୟା ମାଧ୍ୟମରେ କାମ କରିଥାଏ, ଯାହା ପରେ ବିଦ୍ୟୁତ ଉତ୍ପନ୍ନ କରାଯାଇଥାଏ । ଏବଂ ଏହା ପରେ ଲାଇଟ ଜଳିଥାଏ । ସମୁଦ୍ର ପାଣି ଇଲେକ୍ଟ୍ରୋ ଲାଇଟ୍ସ ଡିଭାଇସ ମଧ୍ୟରେ ଥିବା ମ୍ୟାଗ୍ନେସିୟମ ସଂସ୍ପର୍ଶରେ ଆସିବା ପରେ ଏଥିରେ ରିଆକ୍ସନ ହୋଇଥାଏ । ଏବଂ ଏହା ଏକ ମିନି ପାଓ୍ଵାର ଜେନେରେଟର ଭଳି କାର୍ଯ୍ୟ କରିଥାଏ । ଏହା ଦ୍ୱାରା ଆପଣ ନିଜର ସ୍ମାର୍ଟଫୋନ ଏବଂ ଅନ୍ୟାନ୍ୟ ଉପକରଣ ମଧ୍ୟ ଚାର୍ଜ କରିପାରିବେ ।

ଓ୍ଵାଟର ଲାଇଟ ଡିଭାଇସ ଓ୍ଵାଟର ପ୍ରୁଫ ଏବଂ ଏହା ରିସାଇକେଲ ସାମଗ୍ରୀରୁ ପ୍ରସ୍ତୁତ କରାଯାଇଛି । ଏହି ଲ୍ୟାମ୍ପ ୫,୬୦୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର ହୋଇ ପାରିବ, ଅର୍ଥାତ ଆପଣ ଏହାକୁ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ଏହି ଟେକନିକ ଦ୍ୱାରା ଦୁନିଆର ଏପରି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଇ ଦିଆ ଯାଇ ପାରିବ ଯେଉଁଠାରେ ବିଦ୍ୟୁତ୍‌ ଯୋଗାଣ କରିବା ଅସମ୍ଭବ । ଏହି ଟେକ୍ନୋଲୋଜି ବର୍ତ୍ତମାନ ହଜାର ହଜାର ଘରକୁ ଆଲୋକିତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.