Below header

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ଜଣେ ମୃତ,ଦୁଇ ଗୁରୁତର

ଖୋର୍ଦ୍ଧା - ବଲାଙ୍ଗୀର 57ନଂ ଜାତୀୟ ରାଜପଥର ଦନ୍ତାପାଲି ଛକ ନିକଟରେ ଘଟିଛି ଦୁର୍ଘଟଣା l ଆଜି ଦିନ 12 ଘଣ୍ଟା ସମୟରେ ଫୁଲବାଣୀରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଵା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

କଣ୍ଟାମାଳ(କେନ୍ୟୁଜ):  ଖୋର୍ଦ୍ଧା – ବଲାଙ୍ଗୀର 57ନଂ ଜାତୀୟ ରାଜପଥର ଦନ୍ତାପାଲି ଛକ ନିକଟରେ ଘଟିଛି ଦୁର୍ଘଟଣା l ଆଜି ଦିନ 12 ଘଣ୍ଟା ସମୟରେ ଫୁଲବାଣୀରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଵା ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫଳରେ ବୋଲେରୋରେ ଥିବା 2 ଜଣ ଗୁରୁତର ହୋଇଥିବାବେଳେ ଗାଡ଼ିରେ ଥିବା ଛୋଟ ଶିଶୁ ଟିଏ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି l ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ 108 ଆମ୍ବୁଲାନ୍ସ ଯୋଗେ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ଗାଡ଼ିରେ ଗୋଟିଏ ପରିବାରର 7 ଜଣ ରହିଥିବାବେଳେ ସେଥିରୁ ଜଣଙ୍କ ସୋନେପୁର ଡାକ୍ତରଖାନାକୁ ନେଉଥିବା ସମୟରେ ମୃତ୍ୟ ହୋଇଛି।

ମୃତକ ହେଲେ ରିତାଞ୍ଜଳି ବେହେରା ବୋଲି ଜଣାପଡିଛି। 2ଜଣ ଗୁରୁତର ହୋଇଛନ୍ତି। ପ୍ରାଥମିକ ସିକିତ୍ସା ପରେ ଗୁରୁତରଦ୍ୱୟଙ୍କୁ ସୋନପୁର ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏତେ ବଡଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଜଣେ 6 ମାସର ଶିଶୁକନ୍ୟା ସିବାନି ସାହୁ । ସମସ୍ତେ ଫୁଲାବାଣୀରୁ ଏକ ବାହାଘର ଭୋଜି ଖାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.