ନିଜ ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଏହି ମହିଳା, ଛାତି ଥରିଉଠିବ ଦେଖିଲେ ଭିଡିଓ

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି ଏହି ଭିଡିଓ। ନିଜ ମୁଣ୍ଡକୁ ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଛନ୍ତି ଜଣେ ମହିଳା। ଭିଜୁଆଲ୍ ଦେଖିଲେ ଛାତି ଥରିଉଠିବ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିଦିନ କିଛି ନା କିଛି ଭିଡିଓ ନିହାତୀ ଦେଖୁଥିବେ। ହେଲେ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ବ୍ଯତିବ୍ଯସ୍ତ ଲାଗିଥାଏ। କିଛି ଅଘଟଣ ଘଟିବାର ଆଶାଙ୍କା ଦେଖାଦିଏ । ଠିକ୍ ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କଳାରଙ୍ଗର ‌ପୋଷାକ ପିନ୍ଧିଛନ୍ତି। କିଛି ଗୋଟେ ଷ୍ଟଣ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତାପରେ ଦୁଇଜଣ ମହିଳା ଆଗପଛ ହୋଇ ଛିଡ଼ା ହେଉଛନ୍ତି। ପଛରେ ଥିବା ମହିଳା ଜଣକ ତାଙ୍କ ସାମ୍ନାରେ ଥିବା ମହିଳାଙ୍କ ମୁଣ୍ଡକୁ ଦୁଇହାତରେ ଖୁବ୍ ଦମ୍ଭର ସହ ଧରୁଛନ୍ତି। ଏତିକି ବେଳେ ସାମ୍ନା ପଟରେ ଛିଡା ହୋଇଥିବା ମହିଳା ଜଣକ ନିଜ ମୁଣ୍ଡକୁ ଧୀରେ ଧୀରେ କରି ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଉଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଛାତି ଥରିଉଠିବ।

ଏଭଳି କରୁଥିବା ସମୟରେ ତାଙ୍କୁ ଖୁବ୍ କଷ୍ଟ ହେଉଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। କିନ୍ତୁ ଏପରି ଅବସ୍ଥାରେ ସେ ବେଶୀ ସମୟ ରହି ପାରିନଥିଲେ। କିଛି ସେକେଣ୍ଡ ଭିତରେ ସେ ପୁଣି ନିଜ ପୂର୍ବ ଅବସ୍ଥାକୁ ଫେରି ଆସିଥିଲେ। ତେବେ ଏହି ଭିଡିଓ ଦେଖିବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

head

ଜଣେ ଲେଖିଛନ୍ତି କୌଣସି ଅସ୍ବଭାବିକ ଦୃଶ୍ୟକୁ ଏଭଳି ଦେଖାଇବା ଉଚିତ୍ ନୁହେଁ, ଦୟାକରି କିଏ ଏହି ଭିଡିଓକୁ ଦେଖନ୍ତୁ ନାହିଁ। ତେବେ ଏଭଳି ବିପଦଜ୍ଜନକ କାମ କରିବାଠାରୁ ଦୁରେଇ ରୁହନ୍ତୁ। ଏହି ଭିଡିଓକୁ ଦେଖି ଘରେ ଏହାକୁ କେହିବି ଅଭ୍ୟାସ କରନ୍ତୁ ନାହିଁ। କାହିଁନା ଏହା କୌଣସି ମଜା ନୁହେଁ ଏହା ଜୀବନ ନେଇ ଯାଇପାରେ।