ଉଚ୍ଚତା ମାତ୍ର ୨ ଫୁଟ, ତଥାପି ନିଜ ପାଇଁ ଝିଅ ଖୋଜୁଛନ୍ତି ଏହି ଯୁବକ, ଥାନାରେ ପହଞ୍ଚି କହିଲେ, ‘ମ୍ୟାଡାମ୍‌, ମୋ ବିବାହ କରେଇ ଦିଅ’

ଉତ୍ତର ପ୍ରଦେଶର ଶାମଲି ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ମହିଳା ଥାନାରେ ପହଞ୍ଚି ତାଙ୍କ ବିବାହ କରେଇ ଦେବାକୁ ନିବେଦନ କରିଛନ୍ତି। ଯୁବକଙ୍କ କହିବା ହେଲା, ତାଙ୍କ ଉଚ୍ଚତା ମାତ୍ର ୨ ଫୁଟ ହୋଇଥିବାରୁ ବିବାହ ପାଇଁ କେହି ଝିଅ ମିଳୁ ନାହାନ୍ତି। ଏମିତିରେ ସେ ଆଉ କେତେ ଦିନ ପର୍ଯ୍ୟନ୍ତ କୁଅାଁରା ରହିବେ। ଯୁବକଙ୍କ ନାଁ, ମହମ୍ମଦ ଅଜିମ୍‌। ସେ ଶାମଲି ଜନପଦର କ୍ୟାରାନା ସହରର ବାସିନ୍ଦା।

୨୬ ବର୍ଷୀୟ ଏହି ଯୁବକ ଗତ କିଛିମାସ ହେବ ନିଜ ବିବାହକୁ ନେଇ ଚିନ୍ତିତ ଅଛନ୍ତି। ସେ ଲଗାତାର ବିଭିନ୍ନ ଲୋକଙ୍କୁ ଗୁହାରି କରି ଚାଲିଛନ୍ତି। ଅଜିମ୍‌ କହିଛନ୍ତି ଯେ ତାଙ୍କୁ ଏ ପର୍ଯ୍ୟନ୍ତ କେହି ସାଥୀ ମିଳିନାହାନ୍ତି। ଯଦି ବି କେହି ମିଳୁଛନ୍ତି, ତ ଘରଲୋକ ବିବାହ କରାଉ ନାହାନ୍ତି। ତେଣୁ ସେ ମହିଳା ଥାନା ସହିତ କୋତଓ୍ଵାଲ ଏସ୍‌ଡିଏମ୍‌ଙ୍କୁ ବି ଭେଟି ସାରିଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣି ନାହାନ୍ତି।

ଏଥି ପୂର୍ବରୁ ମଧ୍ୟ ଅଜିମ୍‌ ଅନେକ ଥର ଅଧିକାରୀମାନଙ୍କୁ ପତ୍ର ଲେଖି ସୋସିଆଲ ମିଡିଆରେ ଭାଇରାଲ କରି ସାରିଛନ୍ତି। ସେ କହିଛନ୍ତି, ମୋତେ ୨୬ ବର୍ଷ ବୟସ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ମୋ ବିବାହ ହୋଇନାହିଁ। ହାଇଟ୍‌ କମ୍‌ ଯୋଗୁ କଥା ପକ୍କା ହୋଇପାରୁନାହିଁ। ମୁଁ ଏସ୍‌ଡିଏମ୍‌, ସିଓ ଏବଂ ମହିଳା ଥାନା ସମସ୍ତଙ୍କୁ ଭେଟି ସାରିଲିଣି। ମହିଳା ଥାନାରେ ବି ମୋ ଦାବି ଗ୍ରହଣ କରାଯାଇନାହିଁ।’