ପୁରୀ କୁମ୍ଭାରପଡ଼ା ଥାନା ପୋଲିସର ଚଢ଼ାଉ: ଜବତ ହେଲା ବ୍ୟାପକ କଫ୍‌ ସିରପ୍‌ ଓ ନିଶା ବଟିକା, ଦୁଇ ଗିରଫ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଚଢ଼ାଉ କରି ଜବତ କରିଛି ବ୍ୟାପକ କଫ୍‌ ସିରପ୍‌ ଓ ନିଶା ବଟିକା । ଅବାଧରେ ବେଆଇନ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

କ୍ରିଷ୍ଣା ଗାର୍ଡେନରେ ବେଆଇନ ଭାବେ ଅପମିଶ୍ରିତ କଫ୍‌ ସିରପ୍‌ ପ୍ରସ୍ତୁତ ହେଉଥିବା ଖବର ପାଇଁ ପୋଲିସ ଚଢ଼ାଉ କରିଥିଲେ । ରଣଜିତ୍‌ ସ୍ୱାଇଁ ଓ ଅଭିଜିତ ରାୟକୁ ପୋଲିସ ଗିରଫ କରିଛି । ବିଭିନ୍ନ ସାମଗ୍ରୀ ସହ ୧୫ ହଜାର ୫୦୦ ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.