Below header

ବାରମ୍ବାର ମୁହଁରେ ହାତ ମାରିବା ବନ୍ଦ କରନ୍ତୁ, କରୋନା ଭାଇରସରୁ ରକ୍ଷା ପାଆନ୍ତୁ

ଆତ୍ମଘାତୀ କରୋନା କେବଳ ଚାଇନା ନୁହେଁ ଭାରତ ସମତେ ପୂରା ଦେଶରେ ମଧ୍ୟ ଲୋକଙ୍କୁ ଆତଙ୍କିତ କରିବାରେ ଲାଗିଛି। କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପି ଏକ ପ୍ରକାର ଭୟର ବାତାବରଣ ଛାଇ ରହିଛି । ସମଗ୍ର ବିଶ୍ୱରେ ଏଯାବତ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିବା ପରେ ଲୋକମାନଙ୍କ ମନରେ ଭୟର ସଞ୍ଚାର ଖେଳିଯାଇଛି। ଏହି ବିସାଣୁ କବଳରେ ୩୦ ଜଣଙ୍କ ମଧ୍ୟରେ ୧୪ ଜଣ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୮ ଜଣ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଆଉ ସବୁଠୁ ଦୁର୍ଭାଗ୍ୟଜନକ ହେଉଛି ଏହି ରୋଗକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାର କରାଯାଇନାହିଁ ।

virologist
india today

ଲୋକମାନେ ଏଥରୁ ବର୍ତ୍ତିବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାରେ ଲାଗିଛନ୍ତି। କରୋନା ଭାଇରସ ଭୟରେ ଥିବାବେଳେ ଏବେ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭାଇରୋଲୋଇଜିଷ୍ଟ ତଥା ବିଶେଷଜ୍ଞ ଡା.ଡବ୍ଲୁ ଲାନ ଲିପକିନ କରୋନାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶ୍ୱବାସୀଙ୍କୁ କିଛି ଗୁରୁମନ୍ତ୍ର ତଥା ପରାମର୍ଶ ଦେଇଛନ୍ତି। ତାଙ୍କ କହିବାନୁଯାୟୀ ସାଧାରଣତଃ ଆମେ ଜାଣତରେ ହେଉ ବା ଅଜାଣତରେ ଅନେକ ସମୟରେ ମୁହଁରେ ହାତ ମାରି ଥାଉ। ଯଦି ଲୋକମାନେ ନିଜ ମୁହଁକୁ ବାରମ୍ବାର ଛୁଇଁବା କମ କରିଦେବେ ତେବେ କରୋନା ସଂକ୍ରମଣ ୪୦ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। ରିସର୍ଚ୍ଚ ଅନୁଯାଇ ଜଣେ ବ୍ୟକ୍ତି ପ୍ରତିଦିନ ତାଙ୍କ ମୁହଁକୁ ୧୦୦ରୁ ଅଧିକ ଥର ଛୁଇଁଥାନ୍ତି। ଯଦି ଲୋକମାନେ ଏହି ଅଭ୍ୟାସକୁ କମାଇଦେବେ ତାହେଲେ କରୋନା ଭାଇରସର ଆଶଙ୍କା ଅନେକ ମାତ୍ରାରେ କମ ହୋଇପାରିବ। 

corona delhiଡା. ଲିପକିନ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଇରସ ଉପରେ ରିସର୍ଚ୍ଚ କରି ଖ୍ୟାତି ଅର୍ଜନ କରିଛନ୍ତି। ଗତବର୍ଷ ସେ ଚାଇନା ଗସ୍ତ କରିଥିଲେ କିନ୍ତୁ ସେଠାରେ ପହଁଚିବା ପରେ ଯାଇ ତାଙ୍କୁ ଏହି ଆତ୍ମଘାତୀ କରୋନା ଭାଇରସ ବିଷୟରେ ଜଣାପଡିଥିଲା। ସେ ଏକଥା ଜାଣିବା ପରେ କରୋନା ବ୍ୟାପିଥିବା ଆଶଙ୍କା କରି ନିଜକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଅଲଗା ହୋଇ ଏକୁଟିଆ ଦୁଇ ସପ୍ତାହ ପଯ୍ୟର୍ନ୍ତ ଗୋଟେ ଘରେ ବନ୍ଦ ହୋଇ ରହିଥିଲେ। ଏହାପରେ ଏବେ ସେ ବିଶ୍ୱବାସୀଙ୍କୁ ଜଣାଇଛନ୍ତି ଯେ ଯଦି କେହି ବ୍ୟକ୍ତି ଅସୁସ୍ଥତା ଅନୁଭବ କରୁଛନ୍ତି ତାହେଲେ ଅନ୍ୟମାନଙ୍କ ସହ ମିଶିବା ବନ୍ଦ କରିଦିଅନ୍ତୁ। ଭାଇରସ ସର୍ବଦା ବାୟୁମଣ୍ଡଳରେ ହିଁ ରହିଥାଏ। ଏହି ଭାଇରସ କେତେବେଳେ ଯେ କାହା ଶରୀରରେ କେଉଁ ମୁହୂର୍ତ୍ତରେ ପ୍ରବେଶ କରିବ, ସେକଥା କେହି ବି କହିପାରିବେ ନାହିଁ। ତେଣୁ ଲୋକମାନେ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବା ଦରକାର। ଏହାସହିତ ଗାଡି ଚଳାଉଥିବାବେଳେ ହାତରେ ଗ୍ଲୋବ୍ସ ବ୍ୟବହାର କରନ୍ତୁ।

coronaସେ ଏହା ମଧ୍ୟ କହିଛନ୍ତି ଏହି ଭାଇରସର ଟୀକା ବାହାରିବାରେ ପାଖାପାଖି ଏକ ବର୍ଷ ସମୟ ଲାଗିପାରେ। ତେଣୁ ଏହି ଆତ୍ମଘାତୀ କରୋନା ଭୟଙ୍କର ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଡା. ଲିପକିନ କହିଛନ୍ତି ଯେଉଁମାନେ ଏହି କରେନା ଭାଇରସରେ ଆକ୍ରାନ୍ତ ହେବା ପରେ ଆରୋଗ୍ୟ କରିଛନ୍ତି ସେମାନେ ପ୍ଲାଜମା ବ୍ୟାଙ୍କ ଗୁଡ଼ିକୁ ପ୍ଲାଜମା ଯୋଗାଇବା ଉଚିତ। କାରଣ ଏହା କରୋନୋ ଭାଇରସରରେ ଆକ୍ରାନ୍ତ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.