କରୋନାରୁ ରକ୍ଷା ପାଇବା ପାଇଁ ଚିଲକୁର ବାଲାଜୀଙ୍କ ଶରଣ ପଶିଲେ ହାଇଦ୍ରାବାଦବାସୀ, ମନ୍ଦିରରେ ଚାଲିଛି ଖାସ୍‌ ପୂଜାର୍ଚ୍ଚନା, ଦେଖନ୍ତୁ ଫଟୋ

ସବୁଠି ଏବେ କରୋନା ଭୟ। ଚୀନରୁ ମାଡ଼ିଆସୁଛି ଏହି ଘାତକ ରୋଗ। ଏହାର କୌଣସି ଚିକିତ୍ସା ନ ଥିବା ବେଳେ ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ଘରୋଇ ସଙ୍ଗଠନ, ସମସ୍ତେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ମହାମାରୀ ରୂପ ନେଇଥିବା କରୋନା ଚୀନ ସମେତ ବିଶ୍ୱର ୭୭ଟି ଦେଶରେ କାୟାବିସ୍ତାର କରିସାରିଲାଣି।

k2

ତେବେ ଏହାରି ଭିତରେ ତେଲେଙ୍ଗାନାର ଚିଲକୁର ବାଲାଜୀ ଭଗବାନଙ୍କ ମନ୍ଦିରରେ କରୋନାରୁ ବର୍ତ୍ତିବା ପାଇଁ ଖାସ୍‌ ପୂଜାର୍ଚ୍ଚନା ଚାଲିଛି। ହଜାର ହଜାର ଭକ୍ତ ଏଠାକୁ ଆସି ଭଗବାନଙ୍କ ଶରଣ ପଶିଛନ୍ତି। ମନ୍ଦିରର ପୂଜକ କହିଛନ୍ତି, ‘ଚିଲକୁର ବାଲାଜୀ ଆମକୁ କରୋନା ଭାଇରସ୍‌ରୁ ବଞ୍ଚାଇଛନ୍ତି’। କହି ରଖୁଛୁ, ଭାରତରେ ଏ ପଯ୍ୟର୍ନ୍ତ କରୋନା ଭାଇରସ୍‌ର ମୋଟ ୨୯ଟି ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.