ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ ଜିଲ୍ଲା, ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଜମୁଛି ପର୍ଯ୍ୟଟଙ୍କ ଭିଡ଼

ଫୁଲବାଣୀ (କେ ନ୍ୟୁଜ୍‌) : ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକଙ୍କ ମନ ଅସ୍ତବ୍ୟସ୍ତ ହୋଇଉଠେ । ବୁଲିବାକୁ ଇଚ୍ଛା ହୁଏ ମନଲୋଭା ପର୍ଯ୍ୟଟନସ୍ଥଳୀ । ଉପଭୋଗ କରିବାକୁ ଇଚ୍ଛା ହୁଏ ପ୍ରକୃତିର ଶୋଭା । ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସମସ୍ତେ ହଜିଯିବା ପାଇଁ ଚାହାନ୍ତି ପ୍ରକୃତି କୋଳରେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଖାସ୍‌ ଏଇଥି ପାଇଁ ଏବେ ପର୍ଯ୍ୟଟଙ୍କ ଭିଡ଼ ଜମୁଛି ।

putudiସବୁଜିମାର ଓଢଣା ତଳେ ବସିଛନ୍ତି କନ୍ଧମାଳର ପର୍ଯ୍ୟଟନ ସ୍ଥଳୀ ଗୁଡିକ । ସେହିପରି ଫୁଲବାଣୀ ସଦର ମହକୁମାର ପୁତୁଡି ଜଳପ୍ରପାତ ଖୁବ୍‌ ଆକର୍ଷିତ କରେ ପର୍ଯ୍ୟଟକଙ୍କୁ । ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି । ପ୍ରକୃତିର କୋଳରେ ବଣଭୋଜି କରିବାର ଆନନ୍ଦ ନିଆରା । ତା ସାଙ୍ଗକୁ ମଜା ମସ୍ତ, ନାଚ ଗୀତ ଓ ଫଟୋ ଉଠାଇ ସ୍ମୃତିକୁ ସାଇତି ରଖନ୍ତି ।

ଆପଣ ଯଦି ବୁଲିବା ପାଇଁ କନ୍ଧମାଳ ଆସୁଛନ୍ତି ତେବେ ଆପଣମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା ରହିଛି । ପ୍ରାୟତଃ ଛୋଟ ବଡ଼ ମିଶି ୧୦/୧ ଟି ହୋଟେଲ ରହିଛି । ଅବଶ୍ୟ ଏହି ହୋଟେଲଗୁଡ଼ିକରେ ରହିବା ପାଇଁ ବହୁ ପୂର୍ବରୁ ଅନ୍‌ଲାଇନ୍‌ରେ ବୁକିଂ କରିବାର ବ୍ୟବସ୍ଥା ରହିଛି । ନଚେତ ଅଚାନକ ଗଲେ ଆପଣଙ୍କୁ ହୋଟେଲ ରୁମ୍‌ ମିଳିବ ନାହିଁ ।

pakadajharକେବଳ ଗୋଟିଏ ଜାଗା ନୁହେଁ, ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ଶୁଡ୍ରକୁମ୍ପା ପଞ୍ଚାୟତରେ ଥିବା ପକଡ଼ା ଝର ଜଳପ୍ରପାତ । ଏଠାରେ ବି ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । କିଏ ନିଜ ସାଙ୍ଗମାନଙ୍କ ସହ ତ ଆଉ କିଏ ନିଜ ପରିବାର ସଦସ୍ୟଙ୍କ ସହିତ ମସଗୁଲ ହୋଇଯାଆନ୍ତି ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ।

ଏସବୁ ଭିତରେ ଅନେକ ଲୁଚି ରହିଥିବା ପର୍ଯ୍ୟଟନ ସ୍ଥଳୀ ଲୋକଲୋଚନକୁ ଆସିବାରେ ଲାଗିଛି । ତେବେ ରାସ୍ତାଘାଟ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ଏସବୁ ଜାଗାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ପାରୁନାହାନ୍ତି । ଖାଲି ମନୋରଞ୍ଜନ ପାଇଁ ନୁହେଁ,ପର୍ଯ୍ୟଟକଙ୍କ ଆଗମନ ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶରେ ସହାୟକ ହେବ । ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

କନ୍ଧମାଳରୁ ସାଗର ପାଢ଼ୀ, କେ ନ୍ୟୁଜ୍‌ ଓଡ଼ିଶା

Leave A Reply

Your email address will not be published.