ଟ୍ରାଫିକ୍‌ ଜାମରୁ ବାହାରିବା ପାଇଁ ନଦୀ ଭିତରେ ଗାଡ଼ି ପଶାଇଲେ ପର୍ଯ୍ୟଟକ, ଭାଇରାଲ ହେଉଛି ଭିଡିଓ

ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ନୂଆବର୍ଷ ପାଳନ କରିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥିବା ବେଳେ ଏଠାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପିକନିକ୍‌ ପାଇଁ ଅନେକ ସ୍ଥାନରେ ଭିଡ଼ ଏତେ ଅଧିକ ଲାଗିଛି ଯେ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି ।

ଗାଡ଼ି ତ ରାସ୍ତାରେ ଚାଲିଥାଏ । କିନ୍ତୁ ଆପଣ କେବେ ପାଣିରେ ଗାଡ଼ି ଚାଲିଥିବା ଦେଖଛନ୍ତି କି ? ଯଦି ଏଭଳି କିଛି ଘଟଣା ବିଷୟରେ ଆପଣ ଜାଣି ନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ । ଜଣେ ପର୍ଯ୍ୟଟକ ଏଭଳି କିଛି ଦୁଃସାହସିକ କାର୍ଯ୍ୟ କରିଛନ୍ତି । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ନୂଆବର୍ଷ ପାଳନ କରିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସିଥିବା ବେଳେ ଏଠାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପିକନିକ୍‌ ପାଇଁ ଅନେକ ସ୍ଥାନରେ ଭିଡ଼ ଏତେ ଅଧିକ ଲାଗିଛି ଯେ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହୁଛନ୍ତି । ଏପରି ସ୍ଥିତିରେ ଜଣେ ପର୍ଯ୍ୟଟକ ଟ୍ରାଫିକ୍‌ ଜାମରୁ ବଞ୍ଚିବା ପାଇଁ କିଛି ଭିନ୍ନ ଉପାୟ ଆପଣାଇଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଟ୍ରାଫିକ୍‌ ଜାମରୁ ବଞ୍ଚିବା ପାଇଁ ନିଜ ଗାଡ଼ିକୁ ସିଧା ନଦୀ ଭିତରକୁ ପଶାଇଥିଲେ ।

ଭାଗ୍ୟ ଭଲ ଯେ ନଦୀରେ ସେତେ ଅଧିକ ପାଣି ନଥିଲା । ଯେଉଁ କାରଣରୁ ଗାଡ଼ିଟି ନଦୀରେ ବୁଡ଼ି ନଥିଲା । କିନ୍ତୁ ଏଭଳି ଦୁଃସାହସିକ କାର୍ଯ୍ୟ କେତେ ଯେ ଭୟଙ୍କର ତାହା ନକହିବା ଭଲ । କାରଣ ନଦୀ ଭିତରେ ପାଣି କେତେ ଗଭୀର ଥାଏ ତାହା କେହି ବି ଜାଣ ନଥାନ୍ତି । ଆଉ ଟିକେ ଏପଟ ସେପଟ ହେଲେ କଥା ସରିଲା । କିନ୍ତୁ ପର୍ଯ୍ୟଟକ ଟ୍ରାଫିକ୍‌ ଜାମରେ ଫସି ଏତେ ବିରକ୍ତ ହୋଇ ଯାଇଥିଲେ ଯେ ଶେଷରେ ନିଜ ଗାଡ଼ିକୁ ନଦୀ ଭିତରେ ପଶାଇଥିଲେ ।

ହିମାଚଳ ପ୍ରଦେଶର ଲାହୌଲ ଏବଂ ସ୍ପିତିରେ ଥିବା ଚନ୍ଦ୍ରା ନଦୀରେ ମହିନ୍ଦ୍ରା ଥର ଏସୟୁଭି ଚଳାଉଥିବା ଜଣେ ପର୍ଯ୍ୟଟକ ନଦୀ ଭିତରେ ଗାଡ଼ି ପଶାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ଏକ ଚାଲାଣ ଜାରି କରିଛି ।

ପାହାଡ଼ ଉପରେ ପର୍ଯ୍ୟଟକଙ୍କ ଭିଡ ଯୋଗୁଁ ଲାହୌଲରୁ ମନାଲି ରାସ୍ତାରେ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଏଭଳି ଜାମରୁ ବାହାରିବା ପାଇଁ ଜଣେ ପର୍ଯ୍ୟଟକ ନିଜ ମହିନ୍ଦ୍ରା ଥରକୁ ଚନ୍ଦ୍ରା ନଦୀରେ ପଶାଇଥିଲେ ଏବଂ ନଦୀ ପାର୍‌ କରିବାରେ ସଫଳ ମଧ୍ୟ ହୋଇଥିଲେ ।

ଶିମଲା ପୋଲିସ ଅଧିକାରୀ ସଞ୍ଜୟ କୁଣ୍ଡୁ ପର୍ଯ୍ୟଟକଙ୍କୁ ନିରାପଦ ଯାତ୍ରାକୁ ପ୍ରାଧାନ୍ୟ ଦେବା ସହ ଟ୍ରାଫିକ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି । ଅଧିକାରୀ କହିଛନ୍ତି ଯେ ନୂଆ ବର୍ଷ ପାଳନ ପାଇଁ ଏହି ସପ୍ତାହରେ ଶିମଲାରେ ୧ ଲକ୍ଷରୁ ଅଧିକ ଗାଡି ଆସିବ ବୋଲି ଆଶା କରାଯାଉଛି । ପର୍ଯ୍ୟଟକଙ୍କ ଆଗମନ ପର୍ଯ୍ୟଟନ କ୍ଷେତ୍ର ପାଇଁ ବହୁତ ଭଲ, କିନ୍ତୁ ଏହାର ପରିଚାଳନା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଛି । ପୋଲିସର ତଥ୍ୟ ଅନୁଯାୟୀ ସହରର ରାସ୍ତା କଡ଼ରେ ପ୍ରାୟ ୬୦ ହଜାର ଗାଡି ପାର୍କିଂ କରାଯାଇଛି ।

ପିକନିକ୍‌ ପାଇଁ ଲୋକଙ୍କ ଆଗ୍ରହ ଏତେ ଅଧିକ ବଢ଼ି ଯାଉଛି ଯେ ସେମାନେ ଏଭଳି ପଦକ୍ଷେପ ନେଉଛନ୍ତି ଯାହା ସତରେ ବହୁତ ବିପଜ୍ଜନକ । ତେବେ ଆପଣ ଯଦି ପିକନିକ ପାଇଁ ଦୂର ସ୍ଥାନକୁ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.