Below header

ଯାତ୍ରୀଙ୍କୁ ଚାପୁଡ଼ା ମାରି ସସପେଣ୍ଡ ହେଲେ ଟିଟିଇ, ଭାଇରାଲ ହେଲା ଭିଡିଓ

ବରୌନି-ଲକ୍ଷ୍ନୌ ଏକ୍ସପ୍ରେସ ନମ୍ବର ୧୫୨୦୩ରେ ଟିକେଟ୍ ଯାଞ୍ଚ କରିବା ସମୟରେ ଟିଟିଇ ଜଣେ ଯାତ୍ରୀଙ୍କୁ ମାଡ ମାରିଥିଲେ । ଏହା ଦେଖି ନିକଟରେ ଥିବା ଅନ୍ୟ ଯାତ୍ରୀମାନେ ବିରୋଧ କରିଥିଲେ ଫଳରେ ଟିଟିଇ ଅଧିକ ଉତକ୍ଷିପ୍ତ ହୋଇ ଉକ୍ତ ଯାତ୍ରୀଙ୍କୁ ଅଧିକ ମାଡ଼ ମାରିଥିବା ଦେଖାଯାଇଛି ।

ଟ୍ରେନ ଭିତରର ଅନେକ ଘଟଣା ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟ୍ରେନ ଭିତରେ କିଏ ସିଟ୍‌ ପାଇଁ ଲଢ଼େଇ କରୁଥିବାର ଭିଡିଓ ଭାଇରାଲ ହୁଏତ କିଏ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରାଲ ହୋଇଥିବା ଆପଣମାନେ ଦେଖିଥିବେ । କିନ୍ତୁ ନିକଟରେ ଜଣେ ଟିଟିଇଙ୍କୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହୋଇଛି , ଯେଉଁ ଭିଡିଓକୁ ଦେଖିଲେ ଆପଣ ବି ତାଜୁବ ହେବେ ।

ଟ୍ରେନରେ ଯାତ୍ରା କରିବା ସମୟରେ ଆପଣ ନିଶ୍ଚିତ ଭାବରେ ଟିଟିଇ ଦେଖିଥିବେ । ଯଦି କୌଣସି ବ୍ୟକ୍ତି ବିନା ଟିକେଟରେ ଟ୍ରେନରେ ଯାତ୍ରା କରନ୍ତି ତେବେ ଟିଟିଇ ତାଙ୍କ ଠାରୁ ଜରିମାନା ଆଦାୟ କରନ୍ତି । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ରେଳବାଇ ଉପରେ ଅନେକ ପ୍ରଶ୍ନ ଉଠାଇଛି । ତେବେ ଭାଇରାଲ ହୋଇଥିବା ଭିଡିଓରେ ଟିଟିଇ ଜଣେ ଯାତ୍ରୀଙ୍କୁ ଭୟଙ୍କର ଭାବେ ମାଡ଼ ମାରିଛନ୍ତି । ମନ ଇଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା ଲଗାଇଛନ୍ତି ଯାତ୍ରୀଙ୍କୁ । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ସୂଚନା ଅନୁସାରେ ବରୌନି-ଲକ୍ଷ୍ନୌ ଏକ୍ସପ୍ରେସ ନମ୍ବର ୧୫୨୦୩ରେ ଟିକେଟ୍ ଯାଞ୍ଚ କରିବା ସମୟରେ ଟିଟିଇ ଜଣେ ଯାତ୍ରୀଙ୍କୁ ମାଡ ମାରିଥିଲେ । ଏହା ଦେଖି ନିକଟରେ ଥିବା ଅନ୍ୟ ଯାତ୍ରୀମାନେ ବିରୋଧ କରିଥିଲେ ଫଳରେ ଟିଟିଇ ଅଧିକ ଉତକ୍ଷିପ୍ତ ହୋଇ ଉକ୍ତ ଯାତ୍ରୀଙ୍କୁ ଅଧିକ ମାଡ଼ ମାରିଥିବା ଦେଖାଯାଇଛି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଳବାଇ ଉକ୍ତ ଟିଟିଇଙ୍କୁ ସସପେଣ୍ଡ କରିଛି ।

ଏହି ଏକ୍ସପ୍ରେସରେ ଜଣେ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିଲେ । ପରେ ଟିଟିଇ ଟିକେଟ୍‌ ଯାଞ୍ଚ କରିବା ସମୟରେ ଯାତ୍ରୀଙ୍କ ଠାରୁ ଟିକେଟ୍‌ ନପାଇବାରୁ ବିରକ୍ତ ହୋଇଥିଲେ । ପରେ ଯାତ୍ରୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ । ଯାତ୍ରୀଙ୍କ ପାଖରେ ଦୁଇଟି ଟିକେଟ ଥିଲା। ଆଖପାଖର ଲୋକମାନେ ଯାତ୍ରୀଙ୍କୁ ଛାଡିବାକୁ ଟିଟିଇକୁ କହିଥଲେ । କିନ୍ତୁ ଟିଟିଇ ମାଡ଼ ମାରିବା ବନ୍ଦ କରିନଥିଲେ । ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏହି ଘଟଣାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଘଟଣାର ସୂଚନା ପାଇବା ପରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟିଟିଇକୁ ସସପେଣ୍ଡ କରିଛି ।

ରେଳ ବିଭାଗ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା କରୁଛି । କିନ୍ତୁ ଟିଟିଇମାନେ ଯାତ୍ରୀଙ୍କ ସହ ଏପରି ଖରାପ ବ୍ୟବହାର କରୁଛନ୍ତି । ନିକଟରେ ହିଁ ୩ ଜଣ ମହିଳା ଟିଟିଇ ଜଣେ ମହିଳା ଯାତ୍ରୀଙ୍କ ସହ ଖରାପ ବ୍ୟବହାର କରିିଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ରେଳ ବିଭାଗ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ପୁଣି ଥରେ ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଲୋକମାନେ ଟିଟିଇଙ୍କ ବ୍ୟବହାରକୁ ନେଇ ଭୟ କରୁଛନ୍ତି । କିଛି ଯାତ୍ରୀ ଟ୍ରେନରେ ଯିବାକୁ ମଧ୍ୟ ଭୟ କଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.