ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ଆଉ ଏକ ନୂତନ ଫଟୋ

ଏହାରି ଭିତରେ ଗର୍ଭଗୃହରୁ ରାମଲାଲାଙ୍କ ଆଉ ଏକ ନୂତନ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରାମଲାଲାଙ୍କ ମୂର୍ତ୍ତିର ଆଖିରେ ପଟି ବନ୍ଧାଯାଇଛି, ଯାହାକୁ ଜାନୁୟାରୀ ୨୨ରେ ଶୁଭ ମୁହୂର୍ତ୍ତରେ ଉନ୍ମୋଚନ କରାଯିବ ।

ଅଯୋଧ୍ୟାରେ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନର ଆଜି ଚତୁର୍ଥ ଦିନ । ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ପ୍ରବେଶ କରାଯାଇଥିଲା । କାରିଗରମାନେ ମୂର୍ତ୍ତିକୁ ଆସନ ଉପରେ ବିରାଜମାନ କରାଇଥିଲେ । ଏହି ପ୍ରକ୍ରିୟାରେ ୪ ଘଣ୍ଟା ସମୟ ଲାଗିଥିଲା ।

ଏହାରି ଭିତରେ ଗର୍ଭଗୃହରୁ ରାମଲାଲାଙ୍କ ଆଉ ଏକ ନୂତନ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରାମଲାଲାଙ୍କ ମୂର୍ତ୍ତିର ଆଖିରେ ପଟି ବନ୍ଧାଯାଇଛି, ଯାହାକୁ ଜାନୁୟାରୀ ୨୨ରେ ଶୁଭ ମୁହୂର୍ତ୍ତରେ ଉନ୍ମୋଚନ କରାଯିବ । ମୈସୁରସ୍ଥିତ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜଙ୍କ ଦ୍ୱାରା ତିଆରି ୫୧ ଇଞ୍ଚର ରାମଲାଲାଙ୍କ ମୂର୍ତ୍ତିକୁ ଗତକାଲି ରାତିରେ ମନ୍ଦିରକୁ ନିଆଯାଇଥିଲା । ଏହି ସମୟରେ ମୂର୍ତ୍ତିକାର ଯୋଗୀରାଜଙ୍କ ସହ ଅନେକ ସନ୍ଥ ଉପସ୍ଥିତ ଥିଲେ ।

ପ୍ରତିଷ୍ଠା ସମାରୋହର ପୂଜାରୀ ଅରୁଣ ଦୀକ୍ଷିତ କହିଛନ୍ତି, ଭଗବାନ ରାମଙ୍କ ମୂର୍ତ୍ତିକୁ ଦ୍ୱିପ୍ରହରରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଗର୍ଭଗୃହରେ ରଖାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗତକାଲି ‘ଏକ୍ସ’ରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଥିଲା । ପୋଷ୍ଟରେ କୁହାଯାଇଥିଲା, ଅଯୋଧ୍ୟା ଜନ୍ମଭୂମିସ୍ଥିତ ରାମ ମନ୍ଦିରରେ ଦିନ ୧୨ଟା ୩୦ରେ ରାମମୂର୍ତ୍ତିର ପ୍ରବେଶ ହୋଇଛି । ସେପଟେ ଆଜି ସନ୍ଧ୍ୟା ୭ଟାଠାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ବନ୍ଦ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.