ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହିତ ମାତା ତୁଳସୀଙ୍କ ବିବାହ ପଛରେ ରହିଛି ଏହି ଧାର୍ମିକ ବିଶ୍ୱାସ,  ପାଳନ କରିବା ଦ୍ୱାରା ହୋଇଥାଏ ସବୁ ଇଚ୍ଛା ପୂରଣ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଦେବୋତ୍ଥାନ ଏକାଦଶୀ ବ୍ରତ ରଖାଯାଇଥାଏ। ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ। ତେବେ ଚଳିତ ବର୍ଷ ୫ ନଭେମ୍ବର ମାନେ ଆଜିର ଦିନରେ ତୁଳସୀ ବିବାହ ଉତ୍ସବ ପାଳନ କରାଯାଇଛି। ଏହିଦିନ ଭଗବାନ ଶ୍ରୀହରିଙ୍କ ସହ ଦେବୀ ତୁଳସୀଙ୍କ ବିବାହ କରାଯାଇଥାଏ।

ତେବେ ଚଳିତ ବର୍ଷ ୫ ନଭେମ୍ବର ମାନେ ଆଜିର ଦିନରେ ତୁଳସୀ ବିବାହ ଉତ୍ସବ ପାଳନ କରାଯାଇଛି। ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମ ସହତି ମାତା ତୁଳସୀଙ୍କ ବିବାହ କରାଯାଏ। କୁହାଯାଏ ଯେ ତୁଳସୀ ବିବାହ କରାଇବା ଦ୍ୱାରା ଦାମ୍ପ ତ୍ୟ ଜୀବନ ସୁଖମୟ ହୋଇଥାଏ।

ତୁଳସୀ ବିବାହର ଅନେକ ମହତ୍ୱ ରହିଛି। ପ୍ରାଚୀନ କଥା ଅନୁଯାୟୀ ଯେତେବେଳେ ଭଗବାନ ଶଙ୍କରଙ୍କ ଅଂଶ ଜଳନ୍ଧର ଦେବୀ ବୃନ୍ଦାଙ୍କୁ ବିବାହ କରି ଅମର ହେବାକୁ ଚାହୁଁଥିଲେ ସେହି ସମୟରେ ଭଗବାନ ଶ୍ରୀହରି ରାକ୍ଷସର ବିନାଶ କରି ଏହି ଇଛା ପୂରଣ କରିବାକୁ ଦେଇ ନ ଥିଲେ। ଏହାପରେ ଶ୍ରୀହରି ସ୍ୱୟଂ ତୁଳସୀଙ୍କୁ ବିବାହ କରିଥିଲେ। ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀହରିଙ୍କ ସହ ତୁଳସୀ ଦେବୀଙ୍କର ବିବାହ କରାଯାଇଥାଏ।

ମାନ୍ୟତା ରହିଛି ତୁଳସୀ ବିବାହ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଉଲ୍ଲେଖ ରହିଛି ଯେଉଁ ବ୍ୟକ୍ତିଙ୍କର କନ୍ୟା ସନ୍ତାନ ନ ଥାଏ ଏବଂ ସେମାନେ କନ୍ୟା ଦାନ ପୁଣ୍ୟରୁ ବଞ୍ଚିତ ହୋଇଥାନ୍ତି ସେମାନେ ତୁଳସୀ ବିବାହ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି କରିଥାନ୍ତି।

ତୁଳସୀ ବିବାହ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ସଫା କପଡା ପିନ୍ଧନ୍ତୁ। ଏହାପରେ ତୁଳସୀ ଦେବୀଙ୍କୁ ସ୍ନାନ କରାଇ ଜଳ ଅର୍ପଣ କରନ୍ତୁ। ଏହାପରେ ତୁଳସୀ ଦେବୀଙ୍କୁ ନୂତନ ବସ୍ତ୍ର, ଚୁଡି, ବିନ୍ଦି, ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଏହାପରେ ଶ୍ରୀହରିଙ୍କ ବିବାହ ରୋସଣି ବାହାର କରି ଶୁଭ ମୁହୂର୍ତ୍ତ ସମୟରେ ବିଧି-ବିଧାନର ସହ ବିବାହ ସମ୍ପନ୍ନ କରନ୍ତୁ। ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ତୁଳସୀ ଦେବୀଙ୍କୁ ବିଦା କରନ୍ତୁ।

ଧାର୍ମିକ ମାନ୍ୟତା ଅନୁଯାୟୀ ଦେବଶୟନ ଏକାଦଶୀ ଆରମ୍ଭ ହେବା ପରେ ବିବାହ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। ପ୍ରଚଳିତ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀହରି ଯୋଗ ନିଦ୍ରାରୁ ଉଠିବା ପରେ ପ୍ରଥମେ ମାତା ତୁଳସୀଙ୍କ ଡାକ ଶୁଣନ୍ତି। ଏହିଦିନ ଶାଳଗ୍ରାମ ସହିତ ତୁଳସୀଙ୍କ ବିବାହ ଯୋଗୁଁ ତୁଳସୀପୂଜାର ମହତ୍ତ୍ୱ ରହିଛି। ତୁଳସୀ ଏବଂ ଶାଳଗ୍ରାମ ପୂଜା କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ। ଅକାଳ ମୃତ୍ୟୁରୁ ରକ୍ଷା ମଧ୍ୟ କରିଥାଏ। ଶାଳଗ୍ରାମ ସହିତ ମାତା ତୁଳସୀଙ୍କ ବିବାହ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ମାନ୍ୟତା ଅନୁସାରେ, ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ। ପ୍ରଚଳିତ ମାନ୍ୟତା ଅନୁସାରେ ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ। ମହିଳାମାନେ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ବ୍ରତ ରଖି ପୂଜା କରନ୍ତି। ଏହି ଦିନ ବ୍ରତ ରଖିବା ଦ୍ୱାରା ଅଶ୍ୱମେଧ ଏବଂ ଶହେଟି ରାଜସୂୟ ଯଜ୍ଞର ଫଳ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.