Below header

ଜଣଙ୍କ ଉପରେ ଜଣେ ଚଢ଼ି କୁମ୍ଭୀରମାନେ ଏମିତି ଲଢ଼େଇ କଲେ ଯେ ଚିତ୍କାର କରି ଉଠିଲେ ମହିଳା, ଦେଖନ୍ତୁ ଭିଡିଓ

ସକାଳେ କବାଟ ଖୋଲିବା ବେଳେ ଯଦି ଘର ସାମ୍ନାରେ କୁମ୍ଭୀର ଦେଖିବେ ତେବେ ଆପଣଙ୍କ ରିଆକ୍ସନ୍‌ କ’ଣ ହେବ! ନିଶ୍ଚୟ ଭୟ କରିଯିବେ। ଏବେ ଠିକ୍‌ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡ଼ାରେ। ଏଠାରେ ଜଣେ ମହିଳାଙ୍କ ଘର ସାମ୍ନାରେ ଦୁଇଟି କୁମ୍ଭୀର ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ଦେଖାଯାଇଛି। ମହିଳାଜଣକ ସମସ୍ତ ଘଟଣାର ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେଉଛି।

Video Courtesy: Susan Geshel Facebook

ରିପୋର୍ଟ ମୁତାବକ ସୁସାନ ଗେଶେଲ ନାମ୍ନୀ ଜଣେ ମହିଳା ଗତ ମଙ୍ଗଳବାର ସକାଳେ କଫି ତିଆରି କରୁଥିଲେ। ସେହି ସମୟରେ ସେ ବାହାରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ। ବାହାରିଯାଇ ଦେଖିବା ବେଳକୁ ସେଠାରେ ଦୁଇ କୁମ୍ଭୀର ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ଦେଖିଥିଲେ। ଏହି ଦୃଶ୍ୟ ଦେଖି ସେ ଏତେ ମାତ୍ରାରେ ଡରିଯାଇଥିଲେ ଯେ ଚିତ୍କାର କରି ଉଠିଥିଲେ। କୁମ୍ଭୀର ଦ୍ୱୟ କିନ୍ତୁ ଥିଲେ ନଛୋଡ଼ବନ୍ଧା। ସେମାନେ ମହିଳାଙ୍କ ଚିତ୍କାର ଶୁଣିବା ପରେ ମଧ୍ୟ ସେଭଳି ଲଢ଼େଇ ଜାରି ରଖିଥିଲେ। ଭିଡିଓକୁ ଏବେ ଯାଏଁ ୪୭ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଏଥିସହ ୪୦୦ରୁ ଅଧିକ ଥର ସେୟାର ଓ ରିଆକ୍ସନ୍‌ ଆସିଛି।

Woman killed by alligator in S.C. during visit to do homeowner's ...

ଏନେଇ ସୁସାନ୍‌ ଗେଶେଲ କହିଛନ୍ତି ଯେ ମୁଁ ୧୫ ବର୍ଷ ହେବ ଏହି ଅଞ୍ଚଳରେ ରହୁଛି। କିନ୍ତୁ ପ୍ରଥମ ଥର ପାଇଁ ଘର ସାମ୍ନାରେ କୁମ୍ଭୀର ଦେଖିଲି। ଏନେଇ ସେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ମାତ୍ର କିଛି ସମୟ ପରେ କୁମ୍ଭୀରମାନେ ରାସ୍ତା ପାର କରି ଜଙ୍ଗଲକୁ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.