କରୋନା ନ ଯାଉଣୁ ମୁଣ୍ଡ ଟେକିଲାଣି ଇବୋଲା ଭାଇରସ୍‌, ଏହି ଦେଶରେ ନେଲାଣି ୪ ମୁଣ୍ଡ

ଏବେ ସାରା ଦୁନିଆ କରୋନା ଭାଇରସ୍‌ ସହ ଲଢ଼େଇ କରୁଥିବା ବେଳେ ଇତିମଧ୍ୟରେ ପୁଣି ଥରେ ମୁଣ୍ଡ ଟେକିଛି ଇବୋଲା ଭାଇରସ୍‌। ଡେମୋକ୍ରେଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋରେ ଇବୋଲା ଭାଇରସ୍‌ର ମାମଲା ସାମ୍ନାକୁ ଆସିଛି। ଏ ନେଇ ସ୍ଥାନୀୟ ଅଧିକାରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ଦେଇଛନ୍ତି।

Congo hit by a second, simultaneous Ebola outbreak | World News ...

ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁତାବକ, ପଶ୍ଚିମ ସହର ମମ୍ବଡାକାରେ ଇବୋଲାର ୬ଟି ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ୍‌ ଯୋଗୁ ୪ ଜଣଙ୍କ ମୁଣ୍ଡ ମଧ୍ୟ ଗଲାଣି। ସ୍ୱାସ୍ଥ୍ୟ ମନ୍ତ୍ରୀ ଇଟେନୀ ଲୋଂଙ୍ଗେଡୋ ଏନେଇ ସୂଚନା ଦେଇ କହିଛନ୍ତି ଯେ ଡାକ୍ତରୀ ଟିମ୍‌ ଏବେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଚିକିତ୍ସା ଜାରି ରଖିଛି।

WHO announces 2nd outbreak of Ebola in Congo, 4 deaths reported

ଇବୋଲାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ କହିଛନ୍ତି ଯେ କଙ୍ଗୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଇବୋଲା ଭାଇରସ୍‌ର ନୂଆ ମାମଲା ସାମ୍ନାକୁ ଆସିବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇବୋଲା ମାମଲା ଦେଖିବାକୁ ମିଳିଥିବା ଅଞ୍ଚଳରେ କୌଣସି କରୋନା କେସ୍‌ ଦେଖାଯାଇନାହିଁ। ଟେଡ୍ରୋସ୍‌ କହିଛନ୍ତି ଯେ ଇବୋଲା ସହ କରୋନାର କୌଣସି ସମ୍ପର୍କ ନାହିଁ। ମାତ୍ର ଉଭୟଙ୍କ ଲକ୍ଷଣରେ ସମାନତା ରହିଛି।

Second Ebola death recorded in DR Congo's Beni: WHO | News | Al ...

ଇବୋଲାର ଲକ୍ଷଣ:

  • ଇବୋଲା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରୁ ନିର୍ଗତ ହେଉଥିବା ତରଳ ପଦାର୍ଥରୁ ବ୍ୟାପେ।
  • ପ୍ରଥମ ପର୍ଯ୍ୟାୟରେ ଜ୍ୱର, ଦୁର୍ବଳ ଲାଗିବା, ମାଂସପେଶୀ ପୀଡ଼ା ଓ ଢୋକିବାରେ ସମସ୍ୟା ହେବା ଆଦି ଲକ୍ଷଣ ଦେଖାଯାଇଥାଏ।
  • ଦ୍ୱିତୀୟ ପର୍ଯ୍ୟାୟରେ ବାନ୍ତି ହେବା, ଡାଇରିଆ ଓ କେତେକ ମାମଲାରେ ଅନ୍ତଃ ଓ ବାହ୍ୟ ରକ୍ତସ୍ରାବ ହୋଇଥାଏ। ଅଧିକ ରକ୍ତସ୍ରାବ ଯୋଗୁ ରୋଗୀର ମୃତ୍ୟୁ ହେବା ଆଶଙ୍କା ବଢ଼ିଯାଏ।
  • ସଂକ୍ରମିତ ଜୀବଜନ୍ତୁ, ବାଦୁଡ଼ି, ମାଙ୍କଡ଼ ଓ ହରିଣ ଆଦିଙ୍କ ଠାରୁ ଏହି ରୋଗ ମଣିଷଙ୍କୁ ବ୍ୟାପିଥାଏ।
Leave A Reply

Your email address will not be published.