Below header

ବ୍ରହ୍ମପୁରର ଦୁଇ ଶିଳ୍ପୀ ଦେଖାଇଲେ ନିଜ ହାତର ଯାଦୁଗରୀ, ନିର୍ମାଣ କଲେ ପ୍ରଭୁ ଶ୍ରୀରାମଙ୍କ କଳାକୃତି

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତାକାଲି ୨୨ ତାରିଖ ଦିନ ଭଵ୍ୟ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଏହା ଦେଶର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦର ବିଷୟ ନେଇ ଆସିଛି । ଏସବୁ ଭିତରେ ବ୍ରହ୍ମପୁର ବିଭିନ୍ନ ଶିଳ୍ପୀ ମାନେ ମଧ୍ୟ ଏହାକୁ ନେଇ ଉତ୍ସାହର ସହ ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ।

ବ୍ରହ୍ମପୁର(କେନ୍ୟୁଜ): ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ଠାରେ ଆସନ୍ତାକାଲି ୨୨ ତାରିଖ ଦିନ ଭଵ୍ୟ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଏହା ଦେଶର ସମସ୍ତ ରାମ ଭକ୍ତଙ୍କ ପାଇଁ ଆନନ୍ଦର ବିଷୟ ନେଇ ଆସିଛି । ଏସବୁ ଭିତରେ ବ୍ରହ୍ମପୁର ବିଭିନ୍ନ ଶିଳ୍ପୀ ମାନେ ମଧ୍ୟ ଏହାକୁ ନେଇ ଉତ୍ସାହର ସହ ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ କଳାକୃତି ନିର୍ମାଣ କରିଛନ୍ତି । ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ କଥା କହିଲେ ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଆରା କଳାକୃତି ତିଆରି କରିଛନ୍ତି । ଯାହା ପଥର ,କାଠ ,ଚକ୍ ରେ ରାମ ଙ୍କ ମୂର୍ତ୍ତି ଏବଂ ମନ୍ଦିର ନିର୍ମାଣ କରାଯାଇଛି ।

କାଠରେ ଦୁଇଟି ମନ୍ଦିର ଯାହାର ଉଚ୍ଚତା ୨ ସେଣ୍ଟିମିଟର, ଓସାର ଏକ ସେଣ୍ଟିମିଟର, ଅନ୍ୟଟି ଉଚ୍ଚତା ୪.୫ ସେଣ୍ଟିମିଟର , ଓସାର ୯ ଏମଏମ ରହିଛି । ଏହାସହିତ ଶ୍ରୀରାମଙ୍କ ମୂର୍ତ୍ତିର ଉଚ୍ଚତା – ଚାରି ସେଣ୍ଟିମିଟର ଓସାର ୧.୮ ସେଣ୍ଟିମିଟର । ସେହିପରି ଚକ୍ ରେ ରାମ ମନ୍ଦିର ଓ ରାମଙ୍କ ମୂର୍ତ୍ତି ଅତି କ୍ଷୁଦ୍ରତମ ଭାବେ ତିଆରି କରିଛନ୍ତି । ଏହି ମନ୍ଦିରର ଉଚ୍ଚତା ୧.୮ ସେଣ୍ଟିମିଟର, ଓସାର ୭ଏମଏମ୍ । ରାମଙ୍କ ମୂର୍ତ୍ତି ର ଉଚ୍ଚତା ୨.୭ ସେଣ୍ଟିମିଟର ଓସାର ୭ଏମଏମ୍ । ଶିଳ୍ପୀ ସତ୍ୟନାରାୟଣଙ୍କୁ ଏହାକୁ ତିଆରି କରିବା ଲାଗି ଦୁଇ ଦିନ ସମୟ ଲାଗିଥିଲା । ଏହାକୁ ନିର୍ମାଣ କରି ଶିଳ୍ପୀ ସତ୍ୟ ବେଶ୍ ଉତ୍ସାହିତ ।

ସେହିପରି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲ୍ଲୀପ ମହାରଣା ବି ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି । ୧୪ ଇଞ୍ଚ ଉଚ୍ଚତା ଏବଂ ୧୧ ଇଞ୍ଚ ଓସାର ବିଶିଷ୍ଠ ଏହି କଳାକୃତି ସମ୍ପୂର୍ଣ୍ଣ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଝଲକ ସଂଶ୍ଳିଷ୍ଟ ଏହି କଳାକୃତିର ମଧ୍ୟ ଭାଗରେ ଶ୍ରୀରାମ ସୀତା ଲକ୍ଷ୍ମଣ ଏବଂ ରାମଦୂତ ହନୁମାନଙ୍କ ସମେତ ଚାରି କୋରଣରେ ଚାରି ଧାମ ସହିତ ଅତି ନିଖୁଣ ଏବଂ ସୁନ୍ଦର ଭାବରେ କାଠରେ ନିର୍ମାଣ କରିଛନ୍ତି ।

ତେବେ ଏହି କଳାକୃତିକୁ ତିଆରି କରିବା ପାଇଁ ଦିଲୀପଙ୍କୁ ପାଖା ପାଖି ୧୫ ଦିନରୁ ମଧ୍ୟ ଅଧିକ ସମୟ ଲାଗିଥିବା ବେଳେ ଏହି କଳାକୃତିକୁ ସେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଭାବରେ ଦେବା ପାଇଁ ମନ କରିଛନ୍ତି। ଦିଲ୍ଲୀପ ଏହା ପୂର୍ବରୁ ୨୦୨୧ରେ ଭବ୍ୟ ରାମ ମନ୍ଦିର କଳାକୃତି ନିର୍ମାଣ କରିଥିଲେ ଯାହାକି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛି । ଏହାକୁ ନେଇ ଦିଲ୍ଲୀପ ଓ ତାଙ୍କ ପରିବାର ଲୋକ ବେଶ ଖୁସି । ବ୍ରହ୍ମପୁର ସହରର ଉଭୟ ଶିଳ୍ପୀଙ୍କ କଳାକୃତି ଅତି ନିଖୁଣ ଓ ସୁନ୍ଦର ହୋଇଥିବା ବେଳେ ଏହି କଳାକୃତି ମଧ୍ୟ ରେକର୍ଡ କରିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.