Below header

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଦେବେ ମନ୍ତ୍ର

୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର କସରତ। ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବାକୁ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆଜି ଆସୁଛନ୍ତି ପ୍ରଭାରୀ ଡକ୍ଟର ଅଜୟ କୁମାର।

ଭୁବନେଶ୍ୱର (କେନ୍ୟୁଜ): ୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର କସରତ। ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବାକୁ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆଜି ଆସୁଛନ୍ତି ପ୍ରଭାରୀ ଡକ୍ଟର ଅଜୟ କୁମାର। ଖଡଗେଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ପ୍ରସ୍ତୁତ କରିବେ। ଆସନ୍ତାକାଲିଠୁ ଲଗାତର ଆରମ୍ଭ ହେବ କାର୍ଯ୍ୟକ୍ରମ। ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପିସିସି ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ପ୍ରଭାରୀ ଯୋଗଦେବେ। ଆଗାମୀ ଦିନରେ ମହିଳା କଂଗ୍ରେସକୁ ଆହୁରି ସଶକ୍ତ କରାଯିବ। ଅଧିକରୁ ଅଧିକ ମହିଳାଙ୍କୁ ଦଳରେ ସାମିଲ କରାଯିବ। ଆଗଧାଡିର ମହିଳା ଦଳର ନେତୃତ୍ବ ନେବେ।

ସେପଟେ ୧ତାରିଖରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ କଂଗ୍ରେସ ଆରମ୍ଭ କରିବ ବସ ଯାତ୍ରା । ଏହାପରେ ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ନିର୍ବାଚନକୁ ନେଇ କଂଗ୍ରେସ ଫୁଲ୍ ଦମ୍ ଲଗାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.