ସାକାର ହେବାକୁ ଯାଉଛି ସମଲେଇ ସ୍ବପ୍ନ: ଅନ୍ତିମ ପର୍ଯ୍ୟାୟରେ ମନ୍ଦିର କାର୍ଯ୍ୟ, ଲାଗିଛନ୍ତି ୧୨ ଶହ କାରିଗର

ଶେଷ ସ୍ପର୍ଶରେ ସମଲେଇ ପ୍ରକଳ୍ପ। ଲୋକାର୍ପଣକୁ ଆଉ ସପ୍ତାହେ ବାକି। ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସବୁ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବଲପୁର (କେନ୍ୟୁଜ): ଶେଷ ସ୍ପର୍ଶରେ ସମଲେଇ ପ୍ରକଳ୍ପ । ଲୋକାର୍ପଣକୁ ଆଉ ସପ୍ତାହେ ବାକି । ଦିନରାତି କାମରେ ଲାଗିଛନ୍ତି ଶହ ଶହ ଶ୍ରମିକ । ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସବୁ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନୂତନ ମନ୍ଦିର ବେଢ଼ା ନିର୍ମାଣ କାମ ଶେଷ ହୋଇଛି । ଏବେ ଏହାର ରଙ୍ଗ କାମ ଚାଲିଛି । ମନ୍ଦିର ପରିଦର୍ଶନ ପାଇଁ ପରିକ୍ରମା କାମର ଏବେ ସୌନ୍ଦର୍ଯ୍ୟକରଣ କରାଯାଉଛି । ସମଲେଇ ଯୋଜନା ପାଇଁ ନିୟୋଜିତ ଅଛନ୍ତି ୧୨ ଶହ କର୍ମଚାରୀ  । ଏହି ପ୍ରୋଜେକ୍ଟରେ ୪ଟି ବଡ଼ ଦ୍ଵାର, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଲାଇନର ବ୍ୟବସ୍ଥା କରାଯାଇଛି  । ମନ୍ଦିରକୁ ଅଧିକ ଆକର୍ଷଣିୟ କରିବା ପାଇଁ ଏକ ଫାଉଣ୍ଟେନ୍ ସହ ମନ୍ଦିର ଚତୁଃର୍ଦିଗକୁ ସବୁଜ ବନାନି କରାଯାଉଛି  ।

ଆସନ୍ତା ୨୨ରେ ଅଙ୍କୁର ରୋପଣ ହେବାକୁ ଥିବାବେଳେ ୨୬ରେ ୧୦ ହଜାର ମହିଳାଙ୍କ ଏକ କଳସ ଶୋଭାଯାତ୍ରା ବାହାରିବ  । ଏହି ସମାରୋହରେ ସାମିଲ ହେବେ ରାଜ୍ୟ ତଥା ରାଜ୍ଯ ବାହାରୁ ବହୁ ଅତଥି । ମନ୍ଦିର ପରିସରରେ ପ୍ରଥମେ ମାତ୍ର ସାଢ଼େ ୪ ଏକର ରହିଥିଲା । ଏବେ ତାହା ୪୦ ଏକରକୁ ବୃଦ୍ଧି ପାଇଛି । ସମଲେଇ ପ୍ରକଳ୍ପ ପାଇଁ ୨୦୨୧-୨୨ରେ ୨ ଶହ କୋଟି ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଆଉ ୨ ଶହ କୋଟି ଅନୁଦାନ ଘୋଷଣା କରିଥିଲେ ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.