ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ : କୃଷ୍ଣ-ବଳରାମଙ୍କୁ ମାରିବାକୁ କଂସଙ୍କ ରଙ୍ଗସଭା ଆୟୋଜନ

ଆଜି ଧନୁଯାତ୍ରାର ସପ୍ତମ ଦିନରେ କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର ପ୍ରେରଣ କରିବେ କଂସ। ସେପଟେ ଅଭିନୀତ ହେବ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ। ମୃତ୍ୟୁ ଭୟରେ ଆତଙ୍କିତ ତ୍ରୀପୁର ବିଜୟୀ କଂସାସୁର । କୃଷ୍ଣଙ୍କୁ ମାରିବାର ସବୁ ପ୍ରୟାସ ବିଫଳ ହେବା ପରେ ଏବେ ବିଭିନ୍ନ ରାଜ୍ୟର ରାଜାଙ୍କୁ ଡକାଇ ଆୟୋଜନ କରିଛନ୍ତି ରଙ୍ଗ ସଭା ।

ବରଗଡ଼ (କେନ୍ୟୁଜ): ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ । ଆଜି ଧନୁଯାତ୍ରାର ସପ୍ତମ ଦିନରେ କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର ପ୍ରେରଣ କରିବେ କଂସ । ସେପଟେ ଅଭିନୀତ ହେବ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ। ମୃତ୍ୟୁ ଭୟରେ ଆତଙ୍କିତ ତ୍ରୀପୁର ବିଜୟୀ କଂସାସୁର । କୃଷ୍ଣଙ୍କୁ ମାରିବାର ସବୁ ପ୍ରୟାସ ବିଫଳ ହେବା ପରେ ଏବେ ବିଭିନ୍ନ ରାଜ୍ୟର ରାଜାଙ୍କୁ ଡକାଇ ଆୟୋଜନ କରିଛନ୍ତି ରଙ୍ଗ ସଭା । ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିଛନ୍ତି ମଥୁରା ପତି । ଆଉ କୃଷ୍ଣଙ୍କୁ ହତ୍ୟା ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର ।

ନନ୍ଦରାଜାଙ୍କ ପାଖକୁ ଚିତାଉ ପ୍ରେରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ମହାରାଜ କଂସ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲି ହୋଇଛି କୃଷ୍ଣମୟ । ନାଟୁଆ କାହ୍ନାଙ୍କ ଡୋରୀରେ ବାନ୍ଧି ହୋଇଛି ସାରା ଗୋପପୁର । ଯମୁନା ତୁଠରେ ଗୋପୀଙ୍କ ବସ୍ତ୍ର ହରଣ କହିଛନ୍ତି  । ଗୋଟିଏ ପରେ ଗୋଟିଏ ବାଲ୍ୟଲୀଳା କରି ମନ ମୋହୁଛନ୍ତି କାଳିଆ ସୁନା । ଏପଟେ ଗୋପୀଙ୍କ ଦଧିବିକା ସୃଷ୍ଟି କରିଛି କଳି ଯୁଗରେ ଦ୍ବାପର ଯୁଗର ଭ୍ରମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.