ଶିଶୁର କବରରୁ ବାହାରିଲା ୨ ହଜାର ବର୍ଷ ପୁରୁଣା ହ୍ଵିସିଲ, ଖାସ କଥା ହେଉଛି ଏହା ମାଟିରେ ତିଆରି

ତୁର୍କୀର ଏକ ପ୍ରାଚୀନ ସ୍ଥାନରେ ଖନନ ହେବା ବେଳେ ପ୍ରତ୍ନତତ୍ତ୍ୱବିତମାନେ ଏକ ଶିଶୁର କବର ମଧ୍ୟରୁ ୨ ହଜାର ବର୍ଷ ପୁରୁଣା ଏକ ଜିନିଷ ପାଇଛନ୍ତି,ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବେ । ଏହା ପୁରୁଣା ମାଟିରେ ତିଆରି ଏକ ହ୍ଵିସଲ୍‌ । ଯାହାକୁ ବୋଧହୁଏ ଶିଶୁକୁ ଉପହାର ଭାବେ ତାର କବରରେ ଦିଆଯାଇଛି । ପତ୍ନତତ୍ତ୍ୱବିଦମାନେ ତୁର୍କୀର ଆୟାଭାକି ଜିଲ୍ଲାର ଏକ ଗାଁ ବେହରମକଲେ ଠାରେ ୭ ହଜାର ବର୍ଷର ଏକ ପ୍ରାଚୀନ ସହର ଭଗ୍ନାଂଶ ତଳେ ଖନନ କରୁଥିଲେ ।

ଯେଉଁଠି ଏକ ଶିଶୁର ଏକ କବର ଦେଖିବାକୁ ମିଳିଥିଲା । ଯାହା ଭିତରୁ ଏହି ହ୍ଵିସିଲ ମିଳିଥିଲା । ଏହାର ଇତିହାସ ଷଷ୍ଠ ଶତାବ୍ଦୀ ଖ୍ରୀଷ୍ଟ ପୂର୍ବ ବୋଲି ଜଣାପଡିଛି । ଏହି ସହର ସମୁଦ୍ର ପାଖରେ ଲୀନ ହୋଇଥିବା ଜଣାଯାଇଛି । ଏହି ସହରର ଭଗ୍ନାଂଶକୁ UNESCO ଓ୍ଵାର୍ଲ୍ଡ ହେରିଟେଜ ଲିଷ୍ଟରେ ସ୍ଥାନ ଦେଇଛି । ପ୍ରତ୍ନତତ୍ତ୍ୱବିତ ଟିମର ପ୍ରଫେସରଙ୍କ ମତରେ ଶିଶୁଙ୍କ କବରରେ ଯେଉଁ ମାଟିର ଛୋଟ ଜିନିଷ ମିଳିଲା,ଏହା ଏକ ହ୍ଵିସିଲ ।

ସେତେବେଳେ ଯଦି କୌଣସି ଛୋଟ ପିଲାଙ୍କ ମୃତ୍ୟୁ ହୋଇଯାଉଥିଲା, ତାଙ୍କର କବରରେ ତାଙ୍କ ପସନ୍ଦର ଖେଳଣା ଦିଆଯାଉଥିଲା ବୋଲି ପ୍ରଫେସର କହିଛନ୍ତି । ଏହି ଜିନିଷ କ୍ଲାସିକାଲ ଏଜ୍‌ ଓ ରୋମାନ ଏଜ ଭିତରେ ବ୍ୟବହାର କରାଯାଇଥିବା ଜଣାଯାଇଛି । ସେହି ସମୟରେ ଏହିପରି ଖେଳଣା ବ୍ୟବହାର କରାଯାଉଥିଲା ବୋଲି ଗବେଷକ କହିଛନ୍ତି ।

ଭିନ୍ନ ଭିନ୍ନ ସମାଜର ଲୋକଙ୍କ ଘର ଥିଲା ଏହି ସହରରେ

ଏଠାରେ ଶହ ଶହ ବର୍ଷ ଧରି ବିଭିନ୍ନ ସମାଜର ଲୋକଙ୍କ ପାଇଁ ଘର ରହିଥିଲା । ଏହି ସହରରେ ଜଣେ ପ୍ରସିଦ୍ଧ ବ୍ୟକ୍ତି ରହୁଥିବା କୁହାଯାଇଛି, ଯାହାଙ୍କ ନାମ ଆରିଷ୍ଟୋଟଲ ଭାବେ ଜଣାଯାଏ । ଆରିଷ୍ଟୋଟଲ ଜଣେ ଦାର୍ଶନିକଙ୍କ ସହ ମିଶି ଏଠାରେ ଏକ ସ୍କୁଲ ମଧ୍ୟ ଖୋଲିଥିଲେ ।

ସବୁଠୁ ବଡ଼ କଥା ହେଉଛି ଏପରି ଏକ ପ୍ରାଚୀନ ସହର ପ୍ରଥମେ ଆମେରିକାର ପତ୍ନତତ୍ତ୍ୱବିତମାନେ ୧୮୦୦ ମସିହାରେ ଖନନ କରିଥିଲେ । ବହୁଦିନ ଧରି ଏଠାରେ ଆଉ କୌଣସି କାର୍ଯ୍ୟ ହୋଇ ନଥିଲା । ବହୁଦିନ ପରେ ୧୯୮୧ ରେ ଏଠାରେ ପୁଣି ଥରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.