Below header

ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର : ବରକନ୍ୟାଙ୍କ ବିବାହ ପାଇଁ ରହିଛି ପ୍ରସିଦ୍ଧ

ବାଲେଶ୍ୱରର ପ୍ରଭୁ କ୍ଷୀରଚୋରା ଗୋପୀନାଥ । ପୁରାତନ ମନ୍ଦିର ତଥା କ୍ଷୀରା ଭୋଗ ପାଇଁ ଯେତିକି ବିଖ୍ୟାତ, ସେହିଭଳି ବରକନ୍ୟାଙ୍କ ବିବାହ ପାଇଁ ମଧ୍ୟ ପ୍ରସିଦ୍ଧ । କେବଳ ସେତିକି ନୁହେଁ, ଏହି ମନ୍ଦିରକୁ ଲକ୍ଷେ ବିବାହର ମନ୍ଦିର ବୋଲି ମଧ୍ୟ କୁହାଯାଏ ।

khira chora 3

ବାଲେଶ୍ୱର ଜିଲ୍ଲା ରେମୁଣାର ସର୍ବ ପୁରାତନ ପ୍ରଭୁ କ୍ଷୀରଚୋରା ଗୋପୀନାଥ । ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଏହା ସହ ଏହି ମନ୍ଦିର ଏକ ଐତିହାସିକ ତିର୍ଥସ୍ଥଳୀର ମାନ୍ୟତା ପାଇଛିି । ଜାତୀୟ ରାଜପଥ ଠାରୁ ୫ କିଲୋମିଟର ଦୂରରେ ଏକ ଶାନ୍ତ ଓ ଚିର ସବୁଜିମା ଭରା ପରିବେଶ ମଧ୍ୟରେ ମନ୍ଦିରଟି ଅବସ୍ଥିତ । ମନ୍ଦିରର ଦୁର୍ଲଭ କାରୁକାର୍ଯ୍ୟ ଅନନ୍ୟ । ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ ।

khira chora 2

ଅନ୍ୟପଟେ କ୍ଷୀରଚୋରା ଗୋପୀନାଥଙ୍କ କ୍ଷୀରା ଭୋଗର ମଧ୍ୟ ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି । ଏହି ଭୋଗ ଅତି ସୁଲଭ ମୁଲ୍ୟରେ ମିଳୁଥିବାରୁ ଯେକେହି ବି ଏହି ଭୋଗକୁ କିଣି ପାରିବେ । ମନ୍ଦିରର ଆଉ ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି । ଆବହମାନ କାଳରୁ ଏଠାରେ ବିବାହ କାର୍ଯ୍ୟ ପାଇଁ ବ୍ୟବସ୍ଥା ରହିଛି । ଏଠାରେ ବିବାହ ସଂଖ୍ୟା ପାଖାପାଖି ଲକ୍ଷେ ଟପି ସାରିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.