ରେଳୱେରେ ବାହାରିଛି ୨ ଲକ୍ଷ ୨୦ ହଜାର ନିଯୁକ୍ତି, ପିୟୁଷ ଗୋୟଲ କଲେ ଘୋଷଣା

ନୂଆଦିଲ୍ଲୀ : ଆବେଦନକାରୀଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିଛନ୍ତି କେନ୍ଦ୍ର ଅର୍ଥ ତଥା ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍। ଏନେଇ କେନ୍ଦ୍ରରେ ବିରୋଧି ଦଳକୁ କଡ଼ା ଜବାବ ଦେଇଛନ୍ତି ପିୟୁଷ।

ଏନେଇ ଗୋଏଲ୍ ଏକ ସାକ୍ଷାତକାରରେ କହିଛନ୍ତି , ଭାରତୀୟ ରେଳବାଇରେ ଖୁବଶୀଘ୍ର ୨ ଲକ୍ଷ ୨୦ ହଜାର ପଦବୀ ଖାଲି ହେବ ଏବଂ ସେହି ସ୍ଥାନରେ ନୂଆ ଯୁବପୀଢ଼ିଙ୍କୁ ନିଯୁକ୍ତି ମିଳିବ। ଆଗରୁ ଭାରତୀୟ ରେଳବାଇରେ ଦେଢ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାର ପ୍ରକ୍ରିୟା ଜାରି ରହିଛି, ଯାହା ଆଗାମୀ ୮-୯ ମାସ ଭିତରେ ସଂପୂର୍ଣ୍ଣ ହେବ।

piyush

ଏଥିସହ ପିୟୁଷ କହିଛନ୍ତି, ଏହି ନିଯୁକ୍ତିରେ ଉଚ୍ଚ ବର୍ଗର ଲୋକମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରଖିବେ। କେନ୍ଦ୍ର ସରକାର ନିଯୁକ୍ତି ସୃଷ୍ଟି ଦିଗରେ ଯଥେଷ୍ଟ ପଦକ୍ଷେପ ଦେଇଛନ୍ତି ବୋଲି ସେ ଜୋର ଦେଇ କହିଛନ୍ତି।

ରେଳବାଇ ପରୀକ୍ଷା ସବୁ ଅନଲାଇନ୍ରେ ଏବଂ ସଂପୂର୍ଣ୍ଣ ପରୀକ୍ଷାକୁ ଭିଡିଓଗ୍ରାଫି କରାଯିବ । ଧୀରେ ଧୀରେ ଯୁବକଙ୍କର ସରକାରୀ ଚାକିରି ପ୍ରତି ଆକର୍ଷଣ କମିଯାଉଥିବାରୁ ଏହି ନିଯୁକ୍ତି ବାହାର କରାଯାଇଛି ବୋଲି କହିଛନ୍ତି ପୀୟୂଷ ଗୋଏଲ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.