ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ୨ଟି ପରିବାରର ୫ବଖରା ଘର

ଚାନ୍ଦବାଲି (କେନ୍ୟୁଜ୍) : ନିମିଷକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ଭଦ୍ରକ ଜିଲ୍ଲା ତାନ୍ଦବାଲି ତହସିଲ ରାଜରାଜେଶ୍ୱରପଲ୍ଲୀ ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଗାଁର ପ୍ରବୀଣ ମଣ୍ଡଳ ଓ ତାଙ୍କ ଭାଇଙ୍କ ଘରେ ନିଆଁ ଲାଗିଯାଇଥିଲା। ଫଳରେ ୨ଟି ପରିବାରର ୫ବଖରା ଘର ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ, ଚାହୁଁ ଚାହୁଁ ଘରର ସମସ୍ତ ।ସବାବପତ୍ର, ଧାନ, ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.