ଏୟାର ଇଣ୍ଡିଆ ଫ୍ଲାଇଟ୍ ଖାଦ୍ୟରେ ଅସରପା

ଭୋପାଳ : ଏୟାର ଇଣ୍ଡିଆ ଫ୍ଲାଇଟ୍ ଖାଦ୍ୟରେ ଅସରପା । ଭୋପାଳରୁ ମୁମ୍ବାଇ ଯାଉଥିବା ଏୟାର୍ ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟରେ ଅସରପା ପଡିଥିବା ଦେଖିବାକୁ ମିଳିଛି । ଘଟଣାଟି ପ୍ରଘଟ ହେବା ପରେ ବିମାନ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ଶନିବାର ଏୟାର ଇଣ୍ଡିଆର ଇଓ-୬୩୪ ଫ୍ଲାଇଟ ଭୋପାଳ ଠାରୁ ମୁମ୍ବାଇ ଯାତ୍ରା କରୁଥିଲା । ଯାତ୍ରା ସମୟରେ ଯାତ୍ରୀଙ୍କୁ ବ୍ରେକଫାଷ୍ଟ ପରସା ଯାଇଥିଲା । ତେବେ ରୋହିତ୍ ଚୌହାନ୍ ନାମକ ଜଣେ ଯାତ୍ରୀଙ୍କ ଖାଦ୍ୟରୁ ଅସରପା ମିଳିଥିଲା । ଏନେଇ ରୋହିତ୍ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ମଧ୍ୟ ସେହି ଖାଦ୍ୟ ଅନ୍ୟ ଯାତ୍ରୀଙ୍କୁ ପରସା ଯାଇଥିଲା । ଏହାକୁ ନେଇ ଯାତ୍ରୀମାନେ ତୀବ୍ର ବିରୋଧ କରିବା ସହ ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.